କୋଶଳ ରାଜ୍ୟ ଗଠନ ଦାବି: ସମ୍ବଲପୁରରେ କୋଶଳ ରାଜ୍ୟ ମୁକ୍ତି ମୋର୍ଚ୍ଚାର ରାଜରାସ୍ତା ଅବରୋଧ - 12 ଘଣ୍ଟିଆ ବନ୍ଦ ଡାକରା

🎬 Watch Now: Feature Video

thumbnail

By ETV Bharat Odisha Team

Published : Nov 18, 2023, 9:37 AM IST

ସମ୍ବଲପୁର: ସ୍ୱତନ୍ତ୍ର କୋଶଳ ରାଜ୍ୟ ଗଠନ ଦାବିରେ ଆଜି ପଶ୍ଚିମ ଓଡିଶାରେ 12 ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି । କୋଶଳ ରାଜ୍ୟ ମିଳିତ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଏହି ବନ୍ଦ ଡାକରା ଦିଆଯାଇଥିବା ବେଳେ ସମ୍ବଲପୁରରେ ଏହି ବନ୍ଦର ପ୍ରଭାବ ଦେଖିବାକୁ ମିଳିଛି । ସମ୍ବଲପୁରର କୋଶଳ ରାଜ୍ୟ ମୁକ୍ତି ମୋର୍ଚ୍ଚାର ସଦସ୍ୟମାନେ ଅଇଁଠାପାଲି ଛକରେ ଆଜି ସକାଳୁ 6ଟାରୁ ଜାତୀୟ ରାଜପଥ ଅବରୋଧ କରିବା ସହ ପିକେଟିଂ କରିଛନ୍ତି l 

ଏହା ମଧ୍ୟ ପଢନ୍ତୁ: ତେଜୁଛି ସ୍ବତନ୍ତ୍ର ରାଜ୍ୟ ଗଠନ ଦାବି, 18ରେ କୋଶଳ ମୁକ୍ତି ମୋର୍ଚ୍ଚାର ମହାବନ୍ଦ ଡାକରା

କେବଳ ବାଇକ, ଜରୁରୀକାଳୀନ ସେବା ତଥା ଆମ୍ବୁଲାନ୍ସ ଓ ଅଗ୍ନିଶମ ବାହୀନି ଗାଡି ପ୍ରମୁଖକୁ ବାଦ ଦେଇ ଅନ୍ୟ ସମସ୍ତ ଗାଡିମୋଟର ବନ୍ଦ ରହିଛି । ଏହାସହ ଦୋକାନ ବଜାର ମଧ୍ୟ ବନ୍ଦ ପାଇଁ ଡାକରା ଦିଆଯାଇଛି । ବନ୍ଦର ପ୍ରଭାବରେ ସକାଳୁ ସହରର ରାସ୍ତାଘାଟ ଶୂନଶାନ ରହିଛି । ତେବେ ଏହି ବନ୍ଦ ଡାକରାକୁ  "ହୀରାଖଣ୍ଡ ସାମୁଖ୍ୟ" ସଂଗଠନ ସମର୍ଥନ କରୁନାହିଁ । ଏନେଇ ସଂଗଠନ ପକ୍ଷରୁ ପୂର୍ବରୁ ସୂଚନା ଦିଆଯାଇଥିଲା ।

ଇଟିଭି ଭାରତ, ସମ୍ବଲପୁର 

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.