thumbnail

By

Published : May 18, 2023, 10:08 PM IST

ETV Bharat / Videos

Matric Result: କଟକରେ ସର୍ବାଧିକ ପାସ ହାର, ମିଠା ବାଣ୍ଟି ଖୁସି ମନାଇଲେ କୃତି ଛାତ୍ରଛାତ୍ରୀ

କଟକ: ଚଳିତ ବର୍ଷ କଟକ ଓ ଜଗତସିଂହପୁର ଜିଲ୍ଲାରେ ସର୍ବାଧିକ ରହିଛି ମାଟ୍ରିକ ପରୀକ୍ଷାର ପାସ ହାର । ଚଳିତ ବର୍ଷ ବି ପୁଅଙ୍କୁ ପଛରେ ପକାଇ ବାଜି ମାରିଛନ୍ତି ଝିଅ । ଏହି ୨ଟି ଜିଲ୍ଲାର କୌଣସି ସ୍କୁଲରେ ଜିରୋ ରେଜଲ୍ଟ ହୋଇନାହିଁ । ତେବେ ରେକର୍ଡ ସଂଖ୍ୟକ ଫଳାଫଳକୁ ନେଇ ମନ୍ତ୍ରୀ ବେଶ ସନ୍ତୋଷ ପ୍ରକାଶ କରିଥିବା ବେଳେ ଛାତ୍ରଛାତ୍ରୀମାନେ ମଧ୍ୟ ନିଜର ଫଳାଫଳକୁ ନେଇ ବେଶ ଖୁସି ପ୍ରକଟ କରିଛନ୍ତି । ଆଜି ସକାଳ ୧୦ଟାରେ ମାଧ୍ୟମିକ ଶିକ୍ଷା ପରିଷଦ କାର୍ଯ୍ୟାଳୟ ପରିସରରେ ମାଟ୍ରିକ ପରୀକ୍ଷା ଫଳ ଘୋଷଣା କରାଯାଇଥିଲା । ଚଳିତବର୍ଷ ମୋଟ ପାସ ହାର ୯୬.୧୯ ହୋଇଥିବା ବେଳେ ରେଗୁଲାର ପାସ ହାର ୯୬.୪ ହୋଇଛି। କୃତକାର୍ଯ୍ୟ ହୋଇଥିବା ପରୀକ୍ଷାର୍ଥୀଙ୍କ ସାର୍ଟିଫିକେଟ ଆସନ୍ତା ଅଗଷ୍ଟ ପ୍ରଥମ ସପ୍ତାହ ମଧ୍ୟରେ ପ୍ରଦାନ କରାଯିବ ବୋଲି ବୋର୍ଡ ସଭାପତି କହିଛନ୍ତି । ତେବେ ପରୀକ୍ଷା ଫଳ ପ୍ରକାଶ ପାଇବା ପରେ କୃତି ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରିଛନ୍ତି ଆମ କଟକ ପ୍ରତିନିଧି ନାରାୟଣ ସାହୁ  । ଦେଖନ୍ତୁ ଭିଡିଓ

ଇଟିଭି ଭାରତ, କଟକ

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.