ULB Polls: ସୋରଡାରେ ବିଜେଡିର ବିଶାଳ ବାଇକ ଶୋଭାଯାତ୍ରା

By

Published : Mar 22, 2022, 7:28 PM IST

Updated : Feb 3, 2023, 8:20 PM IST

thumbnail
ଭଞ୍ଜନଗର(ଗଞ୍ଜାମ): ପୌର ନିର୍ବାଚନ ପାଇଁ ସରଗରମ ଗଞ୍ଜାମ ଜିଲ୍ଲା ରାଜନୀତି । ଜିଲ୍ଲାର ସୋରଡା NAC ନିର୍ବାଚନ ପ୍ରଚାରର ଶେଷ ଦିନରେ ଶାସକ ବିଜୁ ଜନତା ଦଳ(BJD) ବିରାଟ ଶୋଭାଯାତ୍ରା ଓ ବାଇକ ରାଲି କରି ଶକ୍ତି ପ୍ରଦର୍ଶନ କରିଛି l ଏହି ଶୋଭାଯାତ୍ରା ବିଜେଡି କାର୍ଯ୍ୟାଳୟରୁ ବାହାରି ସହର ପରିକ୍ରମା କରିଥିଲା ଓ ସମସ୍ତ ୱାର୍ଡ ବୁଲିଥିଲା । ଶୋଭାଯାତ୍ରାର ନେତୃତ୍ଵ ନେଇଥିଲେ ସୋରଡା ବିଧାୟକ ପୂର୍ଣ୍ଣଚନ୍ଦ୍ର ସ୍ଵାଇଁ । ବିଜେଡିର ସୋରଡା NAC ଅଧକ୍ଷ୍ୟ ପାର୍ଥୀ ଶିବ ଶଙ୍କର ପଣ୍ଡା ଓ ସମସ୍ତ କାଉନସିଲର ସଭ୍ୟମାନଙ୍କୁ ନେଇ ବିକାଶର ନାରା ଦେଇ ଭୋଟ ଭିକ୍ଷା କରିଥିଲେ । ଜନ ସମର୍ଥନ ମଧ୍ୟ ପାର୍ଥୀଙ୍କୁ ମିଳୁଥିବା ଦେଖିବାକୁ ମିଳିଥିଲା । ଆଜି ପ୍ରଚାରର ଶେଷ ଦିନ ଥିବାରୁ ବିଧାୟକ ନିଜେ ଅଧକ୍ଷ୍ୟ ପାର୍ଥୀ ଶିବ ଶଙ୍କରଙ୍କୁ ନିଜ ବାଇକରେ ବସାଇ ଭୋଟରଙ୍କୁ ଆକର୍ଷିତ କରିବାକୁ ପ୍ରୟାସ କରିଥିଲେ । ସୋରଡା ସହରରୁ ଶତାଧିକ କର୍ମୀ ବାଇକ ରାଲିରେ ବାହାରି ସହର ପରିକ୍ରମା କରିଥିଲେ । ଭଞ୍ଜନଗରରୁ ରଞ୍ଜନ ସ୍ବାଇଁ, ଇଟିଭି ଭାରତ
Last Updated : Feb 3, 2023, 8:20 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.