thumbnail

By

Published : Mar 7, 2022, 9:22 PM IST

Updated : Feb 3, 2023, 8:18 PM IST

ETV Bharat / Videos

ମୁଁ ସ୍ୱାଧୀନ ମୋ ନେତା ନବୀନ: ପ୍ରାର୍ଥୀ

ଭୁବନେଶ୍ବର : ପୌର ନିର୍ବାଚନ ନେଇ ଆଜି ନାମାଙ୍କନ ଦାଖଲର ଶେଷ ଦିନ । ଆଜି ସମସ୍ତ ଦଳର ଆଶାୟୀ ଦଳୀୟ ଟିକେଟ ସହ ଆସି ନାମାଙ୍କନ ଭରିଛନ୍ତି । ଶେଷ ସମୟ ଯାଏ ବି ଦଳୀୟ ଟିକେଟ ନ ମିଳିବାରୁ ସ୍ୱାଧିନରୁ ଅନେକ କର୍ପୋରେଟର ନାମାଙ୍କନ ଭରିଛନ୍ତି । ଯେଉଁଥିରେ ଅନେକ ଆଶାବାଦୀ ଦାବିଦାର ଓ ବିଜେଡିର ପୂର୍ବତନ କର୍ପୋରେଟର ରହିଛନ୍ତି। ଯେଉଁମାନେ ଆଶା ରଖିଥିଲେ ତାଙ୍କୁ ଟିକେଟ ମିଳିବ କିନ୍ତୁ ତାହା ହେଲା ନାହିଁ। ତେଣୁ ସେହି ଆଶାୟୀ ମାନେ ଦଳ ନୁହେଁ ଲୋକଙ୍କ ସମର୍ଥନକୁ ନେଇ ନବୀନ ପଟ୍ଟନାୟକଙ୍କୁ ନିଜର ଆଦର୍ଶ ମାନି ଶେଷ ଦିନରେ ଦଳ ପ୍ରତି ନିରାଶ ହୋଇ ନାମାଙ୍କନ ଭରିଛନ୍ତି । ଆଉ ଆଗକୁ ଯାଇ ଦଳ ସମର୍ଥନ କରୁ କି ନ କରୁ ଲୋକଙ୍କ ସେବା ପାଇଁ ନିର୍ବାଚନ ଲଢ଼ିବେ । ସେ ଦଳ ପ୍ରତି ମୁଖ୍ୟଙ୍କ ପ୍ରତି ତାଙ୍କର ସମ୍ମାନ ଥିବାରୁ ସେ କହିଛନ୍ତି ମୁଁ ସ୍ୱାଧୀନ ମୋ ନେତା ନବୀନ । ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ
Last Updated : Feb 3, 2023, 8:18 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.