thumbnail

By

Published : Mar 13, 2022, 3:02 PM IST

Updated : Feb 3, 2023, 8:19 PM IST

ETV Bharat / Videos

ସମ୍ବିତ ପାତ୍ରଙ୍କ AIIMS ଗସ୍ତ ବେଳେ ଅଘଟଣ, ଖସିଲା ଲିଫ୍ଟ

ଭୁବନେଶ୍ବର: ୪ ମହଲାରୁ ଖସିଲା ଭୁବନେଶ୍ବର ଏମ୍ସ ଲିଫ୍ଟ । ଲିଫ୍ଟ ମଧ୍ୟରେ ରହିଥିଲେ ଅନେକ ଗଣମାଧ୍ୟମ ପ୍ରତିନିଧି । ସେଥିମଧ୍ୟରୁ କିଛି ଆହତ ହୋଇଥିବା ସୂଚନା । ତେବେ ଖୋର୍ଦ୍ଧା ବାଣପୁର ହିଂସାକାଣ୍ଡ ଆହତଙ୍କୁ ଭେଟିବା ପାଇଁ ଭୁବନେଶ୍ବର AIIMSକୁ ଯାଇଥିଲେ ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର । ଏହି ଖବରକୁ ଗଣମାଧ୍ୟମ ପ୍ରତିନିଧି ମାନେ ସଂଗ୍ରହ କରି ଫେରୁଥିବା ସମୟରେ ଘଟିଛି ଅଘଟଣ । AIIMSର ଲିଫ୍ଟ ଅଚଳ ହେବା ସହ ଲିଫ୍ଟର ତାରଟି ଛିଡ଼ିଯାଇ ୪ ନମ୍ବର ଫ୍ଲୋରରୁ ଗ୍ରାଉଣ୍ଡ ଫ୍ଲୋରରେ ମାଡ଼ ହୋଇଥିଲା । ଏହି ସମୟରେ ଗଣମାଧ୍ୟମ ପ୍ରତିନିଧି, ଭିଡ଼ିଓ ଜର୍ଣ୍ଣାଲିଷ୍ଟ , AIIMSର କର୍ମଚାରୀ ସମେତ ବିଜେପିର କିଛି ସଦସ୍ୟ ଫସିରହିଥିଲେ । ଲିଫ୍ଟର ତାରଟି ଛିଡ଼ିଯାଇ ଗ୍ରାଉଣ୍ଡ ଫ୍ଲୋରରେ ମାଡ଼ ହୋଇଯିବାରୁ କିଛି ଗଣମାଧ୍ୟମ ପ୍ରତିନିଧି ଆହତ ହୋଇଛନ୍ତି । AIIMSର କର୍ମଚାରୀ ମାନେ ତୁରନ୍ତ ଆହତ ଗଣମାଧ୍ୟମ ପ୍ରତିନିଧିଙ୍କୁ ଚିକିତ୍ସା ଯୋଗାଇବାର ବ୍ୟବସ୍ଥା କରିଛନ୍ତି । ଭୁବନେଶ୍ବରରୁ ମନୋରଞ୍ଜନ ଶଙ୍ଖୁଆ, ଇଟିଭି ଭାରତ
Last Updated : Feb 3, 2023, 8:19 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.