thumbnail

By

Published : Mar 22, 2022, 3:23 PM IST

Updated : Feb 3, 2023, 8:20 PM IST

ETV Bharat / Videos

ଶେଷ ଦିନରେ JMMର ଜମୁଛି ପ୍ରଚାର

ରାଇରଙ୍ଗପୁର: ଆଜି ପୌର ନିର୍ବାଚନ ପାଇଁ ରହିଛି ଶେଷ ପର୍ଯ୍ୟାୟ ପ୍ରଚାର । ଏ ନେଇ ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ପୌରପରିଷଦ ପାଇଁ ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା ତରଫରୁ ଶେଷ ଦିନର ପ୍ରଚାରକୁ ଜୋରଦାର କରାଯାଇଛି। ରାଇରଙ୍ଗପୁର ପୌରପରିଷଦ ପାଇଁ ଜେଏମଏମ ଦଳ ପକ୍ଷରୁ ଅଧ୍ୟକ୍ଷ ପ୍ରାର୍ଥିନୀ ସାରଥି ମୁର୍ମୁ ନିର୍ବାଚନରେ ପ୍ରତିଦ୍ବନ୍ଦ୍ବତା କରୁଛନ୍ତି। ରାଇରଙ୍ଗପୁର ସହରକୁ ଆଦର୍ଶ ସହରରେ ପରିଣତ କରିବା ପାଇଁ ଘର କୁ ଘର ବୁଲି ଜନସାଧାରଣଙ୍କ ନିକଟର ହେବାକୁ ଚେଷ୍ଟା ଜାରି ରଖିଛନ୍ତି। ପୂର୍ବତନ ବିଧାୟକ ପ୍ରହ୍ଲାଦ ପୁର୍ତ୍ତି ଓ ଜେଏମଏମର ନେତାକର୍ମୀଙ୍କ ସହ ଏକ ଶୋଭାଯାତ୍ରାରେ ବାହାରି ସେ ସହର ପରିକ୍ରମା କରିଛନ୍ତି। ସେପଟେ ବିଗତ ୨୫ ବର୍ଷ ଧରି ବିଜେପି ଦଖଲରେ ରହିଥିଲା ରାଇରଙ୍ଗପୁର ପୌରପରିଷଦ। ତେଣୁ ଚଳିତ ଥର ଲୋକେ ପରିବର୍ତ୍ତନ ଚାହୁଁଥିବା ପ୍ରକାଶ କରି ଜେଏମଏମ ପ୍ରାର୍ଥିନୀଙ୍କୁ ସମର୍ଥନ କରୁଥିବା ଦେଖିବାକୁ ମିଳିଛି। ରାଇରଙ୍ଗପୁରରୁ ସଞ୍ଜୟ କୁମାର ପରିଡ଼ା, ଇଟିଭି ଭାରତ
Last Updated : Feb 3, 2023, 8:20 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.