ସରକାରୀ ପଦବୀରେ ଘୋଟାଲା, 232 ବଦଳରେ 127ଜଣଙ୍କୁ ନିଯୁକ୍ତି

🎬 Watch Now: Feature Video

thumbnail
ଭୁବନେଶ୍ବର: ଓଡିଶା କର୍ମଚାରୀ ପ୍ରବରଣ ଆୟୋଗ (ଓଏସଏସସି) ର ଡ଼ିଇଓ ନିଯୁକ୍ତିରେ ବ୍ୟାପକ ଦୁର୍ନୀତି ସନ୍ଦେହ। ଅନେକ ଆଶାୟୀ ପ୍ରାର୍ଥୀଙ୍କ ମଧ୍ୟରେ ଘୋର ଅସନ୍ତୋଷ ଦେଖାଯାଇଛି। ପୁନଃ ବିଚାର କରିବାକୁ ଦାବି ମଧ୍ୟ କରାଯାଇଛି । ଗତ 2015 ମସିହାରେ ଗୃହ ବିଭାଗ ପକ୍ଷରୁ 232 ଖାଲି ପଡିଥିବା ପଦବୀ ପୂରଣ କରିବା ପାଇଁ ବିଜ୍ଞାପନ ଦିଆଯାଇଥିଲା। ଏଥି ନିମନ୍ତେ 20 ମେ 2015 ମସିହାରେ ଓଏସଏସସି ପରୀକ୍ଷା ପାଇଁ ଏକ ବିଜ୍ଞପ୍ତି ପ୍ରକାଶ କରାଯାଇଥିଲା। ବିଜ୍ଞପ୍ତି ସଂଖ୍ୟା 61/2015/2650 । ଉକ୍ତ ବିଜ୍ଞପ୍ତି ଅନୁସାରେ ମୋଟ 232 ପଦବୀ ପାଇଁ ଲକ୍ଷାଧିକ ଛାତ୍ରଛାତ୍ରୀ ଆବେଦନ କରିଥିଲେ। 2017ରେ ଏହାର ପ୍ରଥମ ଥର ପାଇଁ ଲିଖିତ ପରୀକ୍ଷା ଅନୁଷ୍ଠିତ ହୋଇଥିବା ବେଳେ ଦୀର୍ଘ 3 ବର୍ଷ ପରେ 2019 ରେ ଏହାର ଫଳ ପ୍ରକାଶ କରାଗଲା।

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.