thumbnail

ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଭୁଜାଲିରେ ଆକ୍ରମଣ; ଜଣେ ମୃତ, ଜଣେ ଗୁରୁତର

By

Published : Jul 6, 2020, 12:45 PM IST

ସମ୍ବଲପୁର : ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଭୁଜାଲିରେ ଆକ୍ରମଣ । ଜଣେ ମୃତ ଅନ୍ୟ ଜଣେ ଗୁରୁତର ଆହତ। ଘଟଣାଟି ଗତକାଲି ବିଳମ୍ବିତ ରାତିରେ ସମ୍ବଲପୁର ଜିଲ୍ଲା ଅଇଁଠାପାଲି ଥାନା ଅନ୍ତର୍ଗତ କରମଟୋଲି ଅଞ୍ଚଳ ଘଟିଛି । ମିଳିଥିବା ସୂଚନା ଅନୁସାରେ କରମଟୋଲି ଗାଁର ସୋନୁ ଖଡିଆ ଓ ଉମେଶ ମୁଣ୍ଡା ବିଳମ୍ବିତ ରାତିରେ ନିଜ ଗାଁରେ ବୁଲୁଥିଲେ । ଏହି ସମୟରେ ପୂର୍ବରୁ ଶତ୍ରୁତା ରହିଥିବା ଅନ୍ୟ ଏକ ଯୁବ ଗୋଷ୍ଠୀସହ ଆସି ତାଙ୍କ ସହ ପ୍ରଥମେ ବଚସା କରିଥିଲେ । ବଚସାରୁ ହାତାହାତି ହେବା ପରେ କିଛି ଯୁବକ ସୋନୁ ଓ ଉମେଶଙ୍କ ଉପରେ ଭୁଜାଲିରେ ଆକ୍ରମଣ କରିଥିଲେ। ଉଭୟଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଛି । ଚିକତ୍ସା ପାଇଁ ସେମାନଙ୍କୁ ପ୍ରଥମେ ଅଇଁଠାପାଲି ସହରାଞ୍ଚଳ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ । ପରେ ଅଧିକ ଗୁରୁତର ହେବାରୁ ବୁର୍ଲା ମେଡିକାଲ ପଠାଯାଇଥିଲେ । ହେଲେ ସେଠାରେ ସୋନୁ ଖଡିଆକୁ ଡାକ୍ତର ମୃତ ଘୋଷଣା କରିଛନ୍ତି।

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.