ରାଜଧାନୀରେ ରୁମାଲ ପକା ଲୁଟେରା ଗ୍ୟାଙ୍ଗ, ସିସିଟିଭିରେ କଏଦ କାରନାମା - bbsr lingaraj loot
🎬 Watch Now: Feature Video
ଭୁବନେଶ୍ବର:ରାଜଧାନୀରେ ରୁମାଲ ପକା ଗ୍ୟାଙ୍ଗ। ରୁମାଲ ପକେଇ ଲୁଟୁଛନ୍ତି ମୋବାଇଲ ଫୋନ। ଟାର୍ଗେଟରେ ଲୁଗାଦୋକାନ ଓ ଲେଡିଜ କର୍ଣ୍ଣର। ଲେଡିଜ ଥିବା ଦୋକାନରେ ଏମାନଙ୍କ ନଜର। ନଜର ଆଢୁଆଳରେ ଲୁଟ କରି ହେଉଛନ୍ତି ଫେରାର। ଏୟାରଫିଲ୍ଡ଼ ଓ ଲିଙ୍ଗରାଜ,ବଡଗଡ ଅଞ୍ଚଳରେ ଏମାନଙ୍କ ନାଁରେ ଗଣ୍ଡାଗଣ୍ଡା ଅଭିଯୋଗ। ସମାନ ତରିକା ସମାନ ଢ଼ଙ୍ଗରେ ରୁମାଲ ଆଢୁଆଳରେ ଦାମି ଫୋନ ନେଇ ଫେରାର। ଏମତି ଢ଼ଙ୍ଗରେ ଲୁଟପାଟ କରୁଥିବା ଏକ ଗ୍ୟାଙ୍ଗର କାରନାମା ଏବେ ସିସିଟିଭିରେ। ଯାହାକୁ ନେଇ ଅଭିଯୁକ୍ତକୁ ଧରି ଥାନାରେ ପହଞ୍ଚିଛନ୍ତି ଅଭିଯୋଗକାରୀ । ହେଲେ କୋଭିଡ ଆଢୁଆଳରେ ପୋଲିସ ଏମାନଙ୍କୁ ଛାଡିଦେଉଥିବାରୁ କମିଶନରେଟ ପୋଲିସ ବିରୋଧରେ ଆସିଛି ସଙ୍ଗୀନ ଅଭିଯୋଗ।