ଯୌତୁକ ଜୁଇରେ ନବବଧୂ, ସନ୍ଦେହ ଘେରରେ ପୋଲିସ ପୁଅ - କନଷ୍ଟେବଳ ଶଶୁର ନାମରେ ନବବଧୂ ହତ୍ୟା ଅଭିଯୋଗରେ
🎬 Watch Now: Feature Video
ଭୁବନେଶ୍ବର: ଯୌତୂକ ପାଇଁ ନବବଧୂକୁ ହତ୍ୟା ଅଭିଯୋଗ । ତମାଣ୍ଡୋ ଥାନାର ପୋଲିସ କନେଷ୍ଟବଳ ଓ ପୁଅଙ୍କ ନାଁରେ ଥାନାରେ ଏତଲା । ଯୌତୁକ ପାଇଁ ନିର୍ଯ୍ୟାତନା ଦେବା ସହ ହତ୍ୟା କରାଯାଇଥିବା ଅଭିଯୋଗ ଆଣିଲେ ଝିଅର ପରିବାର ଲୋକ । ଝିଅ ବେହୋସ ହୋଇଛି ଡାକ୍ତରଖାନା ଆସ । ଡାକ୍ତରଖାନା ଆସି ଦେଖିଲା ବେଳକୁ ଝିଅର ମୃତଦେହ। ଏମିତି ଭାବରେ ଝିଅର ମୃତ୍ୟୁ ଖବର ଜାଣିବାକୁ ପାଇଥିଲେ ପରିବାର ଲୋକେ । ମୃତକର ବେକରେ ଦୌଡି ଚିହ୍ନ ଓ ଶରୀରରେ ନେଡି ପଡିଥିବାର ଦେଖିବାକୁ ମିଳିଥିଲା । ଫଳରେ ଝିଅକୁ ଜ୍ବାଇଁ ଯାମିନ ଗୋଚ୍ଛାୟତ ଓ ଶଶୁର ତଥା ତମାଣ୍ଡୋ ଥାନା ପୋଲିସ କନଷ୍ଟେବଳ ବିଜୟ ଗୋଚ୍ଛାୟତ ମାରି ଦେଇଥିବା ଅଭିଯୋଗ କରିଛନ୍ତି ପରିବାର ଲୋକେ ।