ପୋଲିସ ସେବା ଭବନରେ ଲାଞ୍ଚ କାରବାର, ନିଲମ୍ବିତ ହେଲେ ଲାଞ୍ଚୁଆ କନେଷ୍ଟବଳ - Constables arrested on bribery charges
🎬 Watch Now: Feature Video

ଭୁବନେଶ୍ବର: ପୁଣି ପୋଲିସ ଦେହରେ ଲାଗିଲା କଳାଦାଗ । ଲାଞ୍ଚ ନେବା ବେଳେ ଭିଜିଲାନ୍ସ ଜାଲରେ ଧରାପଡିଛନ୍ତି ଜଣେ କନେଷ୍ଟବଳ । ସେ ପୁଣି ଖୋଦ ପୋଲିସ ଭବନରେ ଚାଲିଥିଲା ଲାଞ୍ଚ କାରବାର । 8 ହଜାର ଟଙ୍କା ଲାଞ୍ଚ ନେବା ଅଭିଯୋଗରେ କମିଶନରେଟ ପୋଲିସରେ କାର୍ଯ୍ୟରତ କନେଷ୍ଟବଳ ସୁରେଶ ଦାସଙ୍କୁ ଗିରଫ କରିଛି ଭିଜିଲାନ୍ସ । ଘର ଦେବା ନାମରେ ଲାଞ୍ଚ ନେଉଥିଲେ ସୁରେଶ । ସେପଟେ ଲାଞ୍ଚ ନେଇ ଗିରଫ ପରେ ତାଙ୍କୁ ସସପେଣ୍ଡ କରାଯାଇଛି । କନେଷ୍ଟବଳ ସୁରେଶ ଦାସଙ୍କୁ ନିଲମ୍ବନ କଲେ ପୋଲିସ କମିଶନର । ପ୍ରୋଭିଡେଣ୍ଟ ଫଣ୍ଡ କରେଇଦେବା ନାଁରେ ନେଉଥିଲେ ଲାଞ୍ଚ । ଲାଞ୍ଚ ନେଉଥିବା ବେଳେ ଧରିଥିଲା ଭିଜିଲାନ୍ସ ।