thumbnail

By

Published : Jul 15, 2020, 5:55 PM IST

ETV Bharat / Videos

ବ୍ୟାଙ୍କ କାଉଣ୍ଟରକୁ 10 ଲକ୍ଷ ଧରି ଚମ୍ପଟ ନାବାଳକ, ସିସିଟିଭିରେ କଏଦ ଲୁଟଚିତ୍ର...

ଭୋପାଳ: ନିମଚ ଜିଲ୍ଲାର ଜାବଡରେ ଏକ ସମବାୟ ବ୍ୟାଙ୍କରୁ ଦିବାଲୋକରେ 10 ଲକ୍ଷ ଟଙ୍କା ଲୁଟ ଅଭିଯୋଗ ହୋଇଛି । ସକାଳେ ଜଣେ 12 ବର୍ଷର ଶିଶୁ ବ୍ୟାଙ୍କକୁ ଆସିବା ସହ କାଉଣ୍ଟରରେ ରଖାଯାଇଥିବା ଦୁଇବିଡା ଟଙ୍କା ନେଇ ପଳାଇଥିବା ଦେଖିବାକୁ ମିଳିଛି । ଚୋରିର ସମ୍ପୂର୍ଣ୍ଣ ଘଟଣା ବ୍ୟାଙ୍କର ସିସିଟିଭି କ୍ୟାମେରାରେ କଏଦ ହୋଇଛି । ଚୋରି ମାମଲା ରୁଜୁ କରାଯିବାପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ସିସିଟିଭି ଫୁଟେଜ ଆଧାରରେ ଅଭିଯୁକ୍ତକୁ ଖୋଜିବାକୁ ଆରମ୍ଭ କରିଛି । ବୁଧବାର ସକାଳେ ବ୍ୟାଙ୍କ ଭିଡ ହୋଇଥିଲା ବେଳେ ଏହାର ଫାଇଦା ଉଠାଇ ଜଣେ 12 ବର୍ଷର ପିଲା କ୍ୟାସିୟରଙ୍କ ଟେବୁଲ ପଛକୁ ଯାଇ 500 ଟଙ୍କିଆ ଦୁଇଟି ବିଡା ଧରି ପଳାଇ ଯାଇଥିଲା । ଦୁଇ ବିଡାରେ ପ୍ରାୟ 10 ଲକ୍ଷ ଟଙ୍କା ଥିଲା ବୋଲି ବ୍ୟାଙ୍କ ମ୍ୟାନେଜର ଲକ୍ଷ୍ମୀନାରାୟଣ ମୀନା କହିଛନ୍ତି । ସେତେବେଳେ ବ୍ୟାଙ୍କରେ ଥିବା ଲୋକମାନେ ପିଲାଟିକୁ ରୋକିବାକୁ ଚେଷ୍ଟା କରିଥିଲେ । ହେଲେ ସେ ଦୌଡି ପଳାଇଥିଲା ।

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.