ଯାଆଁଳା ପୁଅକୁ ମିଳିଲା ବିଦେଶୀ ଦମ୍ପତିଙ୍କ କୋଳ - Italian couple to adopt brothers
🎬 Watch Now: Feature Video

ବାରିପଦା: ପିଲାଟି ଦିନରୁ ମା’ ବାପାଙ୍କୁ ଦେଖିନାହାଁନ୍ତି । ମା’-ବାପା ଛେଉଣ୍ଡ ୩ବର୍ଷର ଯମଜ ଆୟୂଷ ଏବଂ ପୀୟୁଷକୁ ପରିତ୍ୟକ୍ତ ଅବସ୍ଥାରେ ଉଦ୍ଧାର କରି ଶିଶୁ ଯତ୍ନ ଅନୁଷ୍ଠାନରେ ରଖାଯାଇଥିଲା । ଆଉ ଏହି 2 ପରିଚୟହରା ଛୁଆଙ୍କୁ ଆପଣେଇଛନ୍ତି ଇଟାଲୀୟ ଦମ୍ପତି । ସମସ୍ତ ଆଇନଗତ ପ୍ରକ୍ରିୟା ଶେଷ ହେବା ପରେ ଇଟାଲୀୟ ଦମ୍ପତି ଦୁଇ ଯାଆଁଳା ଭାଇଙ୍କୁ ପୋଷ୍ୟ ସନ୍ତାନ ଭାବେ ଗ୍ରହଣ କରିଛନ୍ତି । ଏଥିସହ ଆୟୂଷ ଏବଂ ପୀୟୁଷ ପାଇଛନ୍ତି ନୂଆ ଠିକଣା ।