Lok Sabha: ଲକ୍ଷ୍ମୀପୁର ଷ୍ଟେସନରେ ଏକ୍ସପ୍ରେସ ଟ୍ରେନ ରହଣୀ ଦାବି କଲେ ସାଂସଦ ସପ୍ତଗିରି

By

Published : Apr 1, 2022, 7:44 PM IST

Updated : Feb 3, 2023, 8:21 PM IST

thumbnail

ନୂଆଦିଲ୍ଲୀ: ଲୋକସଭାରୁ ସମସ୍ତଙ୍କୁ ଉତ୍କଳ ଦିବସର ଅଭିନନ୍ଦ ଜଣାଇଲେ କୋରାପୁଟ ସାଂସଦ ସପ୍ତଗିରି ଉଲାକା । ଆଜି ଲୋକସଭା ଶୂନ୍ୟକାଳ ଅବସରରେ ସପ୍ତଗିରି ଉତ୍କଳ ଦିବସର ଶୁଭେଚ୍ଛା ଜଣାଇବା ସହ, କୋରାପୁଟ ଲକ୍ଷ୍ମୀପୁରରେ ଏକ୍ସପ୍ରେସ ଟ୍ରେନର ରହଣୀ ନେଇ ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ସପ୍ତଗିରି କହିଥିଲେ ଲକ୍ଷ୍ମୀପୁର ଷ୍ଟେସନ ହେଉଛି ଏକ ଗୁରୁତ୍ବପୂର୍ଣ୍ଣ ଷ୍ଟେସନ । ଏହି ଷ୍ଟେସସନ ଉପରେ ବନ୍ଧୁଗାଁ, ନାରାୟଣପାଟ୍ଟଣା, ଯୋଶବନ୍ତପୁର ଓ ଲକ୍ଷ୍ମୀପୁର ଅଞ୍ଚଳବାସୀ ନିର୍ଭଶୀଳ ହୋଇଥାନ୍ତି । ଏହି ଷ୍ଟେସନ ଦେଇ ସମ୍ପୃକ୍ତ ଅଞ୍ଚଳର ଲୋକେ ବିଭିନ୍ନ ସ୍ଥାନକୁ ଯାଇଥାନ୍ତି । ହେଲେ କୋଭିଡ ପରଠାରୁ ଏହି ଷ୍ଟେସନରେ ଆଉ କୌଣସି ଟ୍ରେନ ଏହି ଷ୍ଟେସନରେ ରହଣୀ କରୁନାହିଁ । ଫଳରେ ଅଞ୍ଚଳବାସୀ ସମସ୍ୟା ଭୋଗୁଛନ୍ତି । ତେଣୁ ସମସ୍ତ ଏକ୍ସପ୍ରେସ ଟ୍ରେନର ରହଣୀ ପାଇଁ ପଦକ୍ଷେପ ନେବାକୁ ଦାବି କରିଥିଲେ ସପ୍ତଗିରି ଉଲାକା ।

Last Updated : Feb 3, 2023, 8:21 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.