ସ୍ତ୍ରୀ, ଶାଶୁ ଓ ସମ୍ପର୍କୀୟଙ୍କୁ ରାସ୍ତାରେ ହାଣିଲେ ଯୁବକ, ଭିଡିଓ ଭାଇରାଲ - ସ୍ତ୍ରୀକୁ ରାସ୍ତାରେ ହାଣିଲା ସ୍ବାମୀ
🎬 Watch Now: Feature Video
ଚଣ୍ଡିଗଡ: ଅମୃତସର ସହରର ଶାହିଦ୍ ଉଦହମ୍ ସିଂ ନଗରର ଜଣେ ବ୍ୟକ୍ତି ତାଙ୍କ ପତ୍ନୀ ଏବଂ ଶାଶୁଙ୍କୁ ଏକ ଧାରୁଆ ଅସ୍ତ୍ରରେ ଆକ୍ରମଣ କରୁଥିବା ଭିଡିଓ ଭାଇରାଲ ହେବାରେ ଲାଗିଛି । ସିସିଟିଭି କ୍ୟାମେରାରେ କଏଦ ହୋଇଥିବା ଭିଡିଓ ଅନୁଯାୟୀ, ସମ୍ପୃକ୍ତ ଯୁବକ ଜଣକ ରାସ୍ତାରେ ଯାଉଥିବା ସମୟରେ ହଠାତ୍ ତାଙ୍କ ପତ୍ନୀ ଏବଂ ଶାଶୁଙ୍କ ସହ ସମ୍ପର୍କୀୟଙ୍କୁ ଆକ୍ରମଣ କରୁଛନ୍ତି । ମିଳିଥିବା ସୂଚନା ଅନୁଯାୟୀ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ପାରିବାରିକ କଳହ ଲାଗି ରହିବାରୁ ସ୍ତ୍ରୀ ଅଲଗା ରହୁଥିଲେ । ମାତ୍ର ଯୁବକ ଜଣକ ରାସ୍ତାରେ ସେମାନଙ୍କୁ ଆକ୍ରମଣ କରିଥିବା ଦେଖିବାକୁ ମିଳିଛ । ଏପରିକି ଥାନାକୁ ବରଂ ଯିବି ଜଣଙ୍କୁ ହତ୍ୟା କରି ଯିବି ବୋଲି ଯୁବକ ଧମକ ଦେଉଥିବା ତାଙ୍କ ପତ୍ନୀ କହିଛନ୍ତି । ଅନ୍ୟପଟେ ପୋଲିସ ପୀଡିତାଙ୍କ ବିରୋଧରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ
Last Updated : Feb 3, 2023, 8:21 PM IST