ରଙ୍ଗମୟ ପୁରୀ ବେଳାଭୂମି, ଆକାଶରେ ଉଡିଲା ରଙ୍ଗୀନ ଗୁଡି

By

Published : Mar 29, 2022, 8:41 AM IST

Updated : Feb 3, 2023, 8:21 PM IST

thumbnail
ପୁରୀ: ରଙ୍ଗୀନ ଦିଶୁଛି ପୁରୀ ବେଳାଭୂମି ଆକାଶ । ବେଳାଭୂମି ଆକାଶରେ ଉଡୁଛି ଭଳିକି ଭଳି ରଙ୍ଗୀନ ଗୁଡି । ଦେଶର ଅନ୍ୟ ବେଳାଭୂମି ଭଳି ପୁରୀ ବେଳାଭୂମିରେ ଦେଖିବାକୁ ମିଳିଛି ନିଆରା ଦୃଶ୍ୟ । ସ୍ପାଇଡ଼ର ମ୍ୟାନ, ବ୍ୟାଟ ମ୍ୟାନ, ଅକ୍ଟୋପସ ସହ ଅନେକ କଣ୍ଢେଇ ଆକୃତିର ଗୁଡ଼ି ବେଳାଭୂମିରେ ଉଡାଯାଉଛି । ଯାହା ବେଳାଭୂମିର ସୌନ୍ଦର୍ଯ୍ୟ ବଢାଇବା ସଙ୍ଗେ ସଙ୍ଗେ ଉପସ୍ଥିତ ପର୍ଯ୍ୟଟକମାନଙ୍କ ପାଇଁ ଯୋଗାଇଛି ମନୋରଞ୍ଜନର ଖୋରାକ । 40ରୁ 50 ପ୍ରକାରର ଗୁଡ଼ି ଉଡୁଥିବାର ଦୃଶ୍ୟ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିଥିବାବେଳେ ଏହି ଗୁଡ଼ି ଉଡ଼ା ମନୋରଞ୍ଜନ କାର୍ଯ୍ୟକ୍ରମ ପୁରୀ ବେଳାଭୂମିରେ ପ୍ରଥମ ଘଟଣା । ଡେଲାଙ୍ଗ ଅଞ୍ଚଳର ପ୍ରଭାତ କୁମାର ପୃଷ୍ଟି ଏହି ଗୁଡିକୁ ଉଡାଉଛନ୍ତି  । ଆଗାମୀ ଦିନରେ ପ୍ରଶାସନ ପକ୍ଷରୁ ମଧ୍ୟ ପୁରୀ ବିଚକୁ ଆହୁରି ସୁନ୍ଦର କରିବା ପାଇଁ ବିଭିନ୍ନ କାର୍ଯ୍ୟକ୍ରମ ନିଆଯିବାର ନିଷ୍ପତ୍ତି ହୋଇଛି । ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ
Last Updated : Feb 3, 2023, 8:21 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.