ଚଳିତ ବର୍ଷ ଓଡିଶାରେ ହେବ ସ୍ବାଭାବିକ ବର୍ଷା: ଉମାଶଙ୍କର ଦାସ - ମୌସୁମୀ ବାୟୁ
🎬 Watch Now: Feature Video
ଭୁବନେଶ୍ବର: ଓଡିଶାକୁ ଆସିଛି ଦକ୍ଷିଣ-ପଶ୍ଚିମ ମୌସୁମୀ । ଦକ୍ଷିଣ ଓଡିଶାରେ ପ୍ରବେଶ କରିଛି ମୌସୁମୀ । ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଆଜି ସୁ୍ଦ୍ଧା ଲଘୁଚାପରେ ପରିଣତ ହୋଇପାରେ । ଆଗାମି 24 ଘଣ୍ଟା ଭିତରେ ଏହା ଅଧିକ ଘନୀଭୂତ ହୋଇପାରେ । ଏ ନେଇ ଲୋକମାନଙ୍କୁ ପାଣିପାଗ ବିଭାଗ ପକ୍ଷରୁ ସତର୍କତା ଜାରି କରାଯାଇଛି । ଆଜିଠାରୁ 14 ତାରିଖ ଯାଏଁ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଏନେଇ ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ର ବିଶେଷଜ୍ଞ ଉମାଶଙ୍କର ଦାସଙ୍କ ସହିତ ଆଲୋଚନା କରିଛନ୍ତି ଆମ ପ୍ରତିନିଧି ସଞ୍ଜୀବ କୁମାର ରାୟ ।