୧୦ ବର୍ଷ ହକିର ପ୍ରାୟୋଜକତାକୁ ନେଇ ଏମିତି କହିଲେ ସୁର... - ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
🎬 Watch Now: Feature Video
ଭୁବନେଶ୍ବର: ନବୀନଙ୍କ ବଡ ଘୋଷଣା, ୧୦ ବର୍ଷ ପାଇଁ ହକିର ଆୟୋଜକ ରହିବ ଓଡିଶା । ଆସନ୍ତା ୨୦୩୩ ପର୍ଯ୍ୟନ୍ତ ହକିକୁ ପ୍ରୋତ୍ସାହନ ଜାରି ରହିବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଥିଲେ। ମୁଖ୍ୟମନ୍ତ୍ରୀ ଅତ୍ୟନ୍ତ ଆନନ୍ଦ ସହକାରେ ହକି ଆମ ପାଇଁ ଏକ'ଉନ୍ମାଦନା 'ବୋଲି କହିଥିଲେ। ତେବେ ଆଗାମୀ ୧୦ ବର୍ଷ ପାଇଁ ହକିକୁ ରାଜ୍ୟ ସରକାର ଆୟୋଜନ କରିବେ । ତେବେ ଏହାକୁ ସମାଲୋଚନା କରିଛନ୍ତି ବରିଷ୍ଠ କଂଗ୍ରେସ ନେତା ସୁର ରାଉତରାୟ। ନବୀନ ବାବୁ ଜାତୀୟ ସ୍ତରର ଖେଳାଳିଙ୍କୁ ସମ୍ବର୍ଦ୍ଧନା କଲେ ଅତ୍ୟନ୍ତ ଖୁସିର କଥା ହେଲେ, ହକି ଓ କଳିଙ୍ଗ ଷ୍ଟାଡିୟମ ପାଇଁ କଂଗ୍ରେସ ସରକାର ଅନେକ କାର୍ଯ୍ୟ କରିଥିଲେ । ସେମାନଙ୍କୁ ଭୁଲି ଗଲେ। ଖାଲି ହକି ନୁହେଁ ଅନ୍ୟାନ୍ୟ ଖେଳକୁ ବି ଗୁରୁତ୍ୱ ଦେବା କଥା । ତେବେ ନବୀନ ବାବୁଙ୍କ ଘୋଷଣା ପରେ କଣ କହୁଛନ୍ତି ସୁର ରାଉତରାୟ ଆସନ୍ତୁ ଶୁଣିବା......
ଭୁବନେଶ୍ବରରୁ ସଞ୍ଜୀବ ରାୟ,ଇଟିଭି ଭାରତ