କୋମାରେ ପ୍ରଶାସନ: ସାହାରା ଖୋଜୁଛି ରାସ୍ତା, ଲୋକେ ଭୋଗୁଛନ୍ତି ଯନ୍ତ୍ରଣା - CMO ODISHA
🎬 Watch Now: Feature Video
![ETV Thumbnail thumbnail](https://etvbharatimages.akamaized.net/etvbharat/prod-images/320-214-3723090-thumbnail-3x2-aa.jpg)
କେନ୍ଦୁଝର: ଗାଁର ଉନ୍ନତି ପାଇଁ ସରକାର ବ୍ୟାପକ ଅର୍ଥ ବ୍ୟୟ ବରାଦ କରୁଛନ୍ତି । ମୌଳିକ ସୁବିଧା ପାଇଁ ଖର୍ଚ୍ଚ ହେଉଛି ପୁଳାପୁଳା ଟଙ୍କା । ହେଲେ ଗାଁର କେତେ ଉନ୍ନତି ହେଉଛି, ଆଉ ସରକାରୀ ବାବୁ ନିଜ ଦାୟିତ୍ବ କେତେ ସମ୍ପାଦନ କରୁଛନ୍ତି ତାହାର ଜ୍ବଳନ୍ତ ଉଦାହରଣ ହେଉଛି କେନ୍ଦୁଝର ବଣ ଜଙ୍ଗଲ ଘେରା କୁସୁମିତା-ଫୁଲଝର ରାସ୍ତା । ରାସ୍ତା ପାଇଁ ଟଙ୍କା ଆସିଲା । ଠିକାଦାରକୁ କାମ ନିର୍ଦ୍ଦେଶ ଦିଆଗଲା । ହେଲେ କାମ ଅଧାରେ ଛାଡି ଠିକାଦାର ଛୁ ମାରିଛି ।