ଶ୍ରୀମନ୍ଦିର ଦ୍ବାରଫିଟା ଓ ପତିତପାବନଙ୍କ ମଙ୍ଗଳଆଳତୀ, ଦେଖନ୍ତୁ ଅପୂର୍ବ ଦୃଶ୍ୟ - ପତିତପାବନଙ୍କ ମଙ୍ଗଳ ଆଳତୀ
🎬 Watch Now: Feature Video
![ETV Thumbnail thumbnail](https://etvbharatimages.akamaized.net/etvbharat/prod-images/320-214-10381816-thumbnail-3x2-mangala-alati.jpg)
ଜୟ ଜଗନ୍ନାଥ ସ୍ବାମୀ ନୟନ ପଥ ଗାମୀ ଭବ ତୁମେ । ଜଗତର ମଙ୍ଗଳ କାମନା କରି ପତିତମାନଙ୍କୁ ଉଦ୍ଧାରିବା ପାଇଁ ଧରାଧାମରେ ଅବତାର ନେଇଥିବା ପ୍ରଭୁ ପତିତପାବନଙ୍କ ସମ୍ପନ୍ନ ହୋଇଛି ମଙ୍ଗଳ ଆଳତୀ । ବଡି ଭୋରରୁ ପ୍ରଥମେ ସେବାୟତ ଓ ପଣ୍ଡାଙ୍କ ଦ୍ବାରା ଶ୍ରୀମନ୍ଦିର ମୁଖ୍ୟ ଦ୍ବାର ଫିଟା ଯାଇଥିଲା । ଏହାପରେ ରୀତିନୀତି ଅନୁସାରେ ପୂଜା ପଣ୍ଡା ହାତରେ ଆଳତୀ ଦୀପ, ଘଣ୍ଟି ସହ ମନ୍ତ୍ରୋଚାରଣ କରି ପ୍ରଭୁ ପତିତପାବନଙ୍କ ଆଳତୀ କରାଯାଇଛି । ଏହି ଆଳତୀ ଦର୍ଶନ ଅତ୍ୟନ୍ତ ମନମୁଗ୍ଧକର ଅଟେ । ଆଉ ବିଶ୍ବାସ ରହିଛି ସକାଳୁ ସକାଳୁ ଏହାକୁ ଦର୍ଶନ କଲେ ଜୀବନର ସମସ୍ତ ପାପକ୍ଷୟ ହୁଏ ।