ଶ୍ରୀମନ୍ଦିର ଦ୍ୱାର ଫିଟା ଓ ପତିତପାବନଙ୍କ ମଙ୍ଗଳ ଆଳତୀ - ମଙ୍ଗଳ ଆଳତୀ
🎬 Watch Now: Feature Video
![ETV Thumbnail thumbnail](https://etvbharatimages.akamaized.net/etvbharat/prod-images/320-214-9349779-thumbnail-3x2-managal-2.jpg)
ପୁରୀ: ସମଗ୍ର ବିଶ୍ବର ମଙ୍ଗଳ କାମନା କରି ସୃଷ୍ଟି କର୍ତ୍ତାଙ୍କ ପାଖରେ କରାଯାଏ ମଙ୍ଗଳ ଆଳତୀ । ସବୁଦିନ ପରି ଆଜି ( ଗୁରୁବାର) ମଧ୍ୟ ସେବାୟତ ମାନଙ୍କ ଦ୍ବାରା ବଡି ଭୋରରୁ ଶ୍ରୀମନ୍ଦିର ଦ୍ବାର ଫିଟା ଯାଇଛି । ଏହାସହ ଧୂପ, ଘଣ୍ଟି ଓ ମନ୍ତ୍ରୋଚାରଣ ସହ ସମ୍ପନ୍ନ ହୋଇଛି ପ୍ରଭୁ ପତିତପାବନଙ୍କ ମଙ୍ଗଳ ଆଳତୀ ନୀତି । ତେବେ ଏହି ଆଳତୀର ଦୃଶ୍ୟ ଏପରି ଯେ, ଭକ୍ତଙ୍କ ମନରେ ଆଣିଦିଏ ଭକ୍ତିପୁତ ଭାବ । ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ