'ଫନି' ପରେ ଆକାଶରୁ ଖସୁଛି ନିଆଁ ହୁଳା, ତ୍ରାହି ତ୍ରାହି ଡାକୁଛନ୍ତି ପଥଚାରୀ - heat
🎬 Watch Now: Feature Video
ରାଇରଙ୍ଗପୁର: ବାତ୍ୟା 'ଫନି' ଆସି ଚାଲିଯାଇଛି । ହେଲେ ରାଜ୍ୟରେ ମୁଣ୍ଡ ଫଟା ଖରା ଲୋକଙ୍କୁ କଲବଲ କରୁଛି । ବାତ୍ୟାରେ ଗଛପତ୍ର ସବୁ ଭାଙ୍ଗି ନଷ୍ଟ ହୋଇ ଯାଇଥିବା ବେଳେ ଛାଇ ଟିକେ ପାଇଁ ଲୋକେ ଡହଳବିକଳ ହୋଇ ପଡୁଛନ୍ତି । ଖରା କଷ୍ଟ ସାଙ୍ଗକୁ ତାଳ ଦେଇ ଜଳ କଷ୍ଟ ଓ ଘନଘନ ବିଦ୍ୟୁତ କାଟ ରାଇରଙ୍ଗପୁରବାସୀଙ୍କ ପାଇଁ ବୋଝ ଉପରେ ନଳିତା ବିଡା ପରି କାମ କରୁଛି ।