ସାହିତ୍ୟ ଏକାଡେମୀ ପୁରସ୍କାର ମନୋନୀତ ନିତ୍ୟାନନ୍ଦ ପଣ୍ଡାଙ୍କ ସହ ସ୍ୱତନ୍ତ୍ର ସାକ୍ଷାତକାର - ଲେଖକ ନିତ୍ୟାନନ୍ଦ ପଣ୍ଡା

🎬 Watch Now: Feature Video

thumbnail

By

Published : Jul 23, 2020, 3:47 PM IST

ଯାଜପୁର: ୨୦୨୦ ବର୍ଷ ପାଇଁ ସାହିତ୍ୟ ଏକାଡେମୀ ପୁରସ୍କାର ଘୋଷଣା ହୋଇଯାଇଛି। ସେଥିମଧ୍ୟରୁ ଯାଜପୁର ଜିଲ୍ଲାର ଦୁଇ ଜଣ ସୁନାମଧନ୍ୟ ଲେଖକ ଆଉ ଲେଖିକାଙ୍କୁ ଏବର୍ଷ ସାହିତ୍ୟ ଏକାଡେମୀ ପୁରସ୍କାର ପାଇଁ ଘୋଷଣା ହେଇଛି। ଉପନ୍ୟାସକ ନିତ୍ୟାନନ୍ଦ ପଣ୍ଡା "ଗୋଟିଏ ଯୋଡି ଗାଁର କାହାଣୀ" ଉପନ୍ୟାସ ପାଇଁ ଆଉ ବୀଣାପାଣି ପଣ୍ଡା "ଗୋଧୂଳି ଗୀତ" ରଚନା ପାଇଁ ପାଇବେ ଏବର୍ଷର ସାହିତ୍ୟ ଏକାଡେମୀ ପୁରସ୍କାର। ତେବେ ନିତ୍ୟାନନ୍ଦ ପଣ୍ଡା ତାଙ୍କ ଜୀବନକାଳ ଭିତରେ ୪୦ରୁ ଉର୍ଦ୍ଧ ବହି ଲେଖିଥିବା ବେଳେ ପାଖାପାଖି ୧୭ ଟି ଉପନ୍ୟାସ ଲେଖିଛନ୍ତି। ହେଲେ ବରିଷ୍ଠ ଲେଖକ ହେବା ସତ୍ତ୍ବେ ବି ବିଳମ୍ବରେ ସାହିତ୍ୟ ଏକାଡେମୀ ପୁରସ୍କାର ପାଇଥିବାରୁ କ୍ଷୋବ ପ୍ରକାଶ କରିବା ସହିତ ଖୁସି ମଧ୍ୟ ବ୍ୟକ୍ତ କରିଛନ୍ତି । ଯାଜପୁରରୁ ଜ୍ଞାନରଞ୍ଜନ ଓଝା, ଇଟିଭି ଭାରତ

ABOUT THE AUTHOR

author-img

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.