ଅନବସର ତ୍ରୟୋଦଶ ଦିନରେ ଅଲାରନାଥଙ୍କ ମଙ୍ଗଳ ଆଳତି

By

Published : Jul 7, 2021, 6:55 AM IST

thumbnail

ଅନବସର ତ୍ରୟୋଦଶ ଦିନରେ ଅଲାରନାଥ ମହାପ୍ରଭୁଙ୍କ ମଙ୍ଗଳ ଆଳତି । 108 କଳସ ଜଳରେ ସ୍ନାନ କରି ଜ୍ବରରେ ପୀଡିତ ଚତୁର୍ଦ୍ଧାମୂର୍ତ୍ତି ଏବେ ଗୁପ୍ତ ସେବାରେ । ସେ 15 ଦିନ ଧରି ଅଣସର ଘରେ ରହିବେ । ଶ୍ରୀମନ୍ଦିର ରତ୍ନ ସିଂହାସନରେ ଶ୍ରୀଜୀଉଙ୍କୁ ଦର୍ଶନ କରିବାରେ ଯେତିକି ପୂଣ୍ୟ ମିଳେ ଅଣସର ସମୟରେ ଶ୍ରୀଅଲାରନାଥଙ୍କୁ ଦର୍ଶନ କଲେ ସେତିକି ପୁଣ୍ୟ ମିଳିଥାଏ ବୋଲି କୁହାଯାଏ । ଭଗବାନ ଅଲାରନାଥ ହେଉଛନ୍ତି ପ୍ରଭୁ ବିଷ୍ଣୁଙ୍କର ଚଳନ୍ତି ପ୍ରତିମା । ପ୍ରଥା ଅନୁଯାୟୀ ମହାପ୍ରଭୁ ଅଣସର ଘରେ ରହିବା ସମୟରେ ଅଲାରନାଥରେ ଭକ୍ତଙ୍କୁ ଦର୍ଶନ ଦିଅନ୍ତି । ମାତ୍ର ଗତ 2 ବର୍ଷ ହେବ ଶ୍ରୀମନ୍ଦିରରେ ମଧ୍ୟ ଭଗବାନଙ୍କ ଦର୍ଶନ ବନ୍ଦ ରହିଛି । ଏଥିପାଇଁ ଅଲାରନାଥରେ ମଧ୍ୟ ଭକ୍ତଶୂନ୍ୟ ପରିବେଶ ସୃଷ୍ଟି ହୋଇଛି । କେବଳ ସେବାୟତଙ୍କୁ ନେଇ ମହାପ୍ରଭୁଙ୍କ ନୀତିକାନ୍ତି କରାଯାଉଛି ।

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.