ଅଲବିଦା ୱାଜିଦ... - ପ୍ରଖ୍ୟାତ ସଙ୍ଗୀତ ନିର୍ଦେଶକ ୱାଜିଦ ଖାନ

🎬 Watch Now: Feature Video

thumbnail

By

Published : Jun 1, 2020, 8:50 AM IST

ମୁମ୍ବାଇ: ବଲିଉଡ ଜଗତକୁ ପୁଣି ଏକ ଝଟକା । ଆଉ ନାହାନ୍ତି ପ୍ରଖ୍ୟାତ ସଙ୍ଗୀତ ନିର୍ଦେଶକ ୱାଜିଦ ଖାନ । ରବିବାର ବିଳମ୍ବିତ ରାତିରେ ତାଙ୍କର ଦେହାନ୍ତ ହୋଇଥିବା ଜଣାପଡିଛି ।କିଛି ମାସ ପୂର୍ବରୁ କିଡନୀ ରୋଗରେ ପୀଡିତ ହୋଇଥିଲେ । ତାଙ୍କର କିଡନୀ ଟ୍ରାନ୍ସପ୍ଲାଣ୍ଟ ମଧ୍ୟ କରାଯାଇଥିଲା । ମୃତ୍ୟୁ ବେଳକୁ ତାଙ୍କୁ 42 ବର୍ଷ ହୋଇଥିଲା । ତେବେ କୋଭିଡ-19 ପଜିଟିଭ ଚିହ୍ନଟ ହୋଇ ଗତ ସପ୍ତାହରୁ ହସ୍ପିଟାଲରେ ଚିକିତ୍ସିତ ହେଉଥିବା କୁହାଯାଉଥିବାବେଳେ ଏନେଇ ଏବେ ସ୍ପଷ୍ଟ ହୋଇନାହିଁ । ତାଙ୍କ ମୃତ୍ୟୁରେ ସାରା ବଲିଉଡ ଜଗତରେ ଶୋକର ଛାୟା ଖେଳି ଯାଇଥିବା ବେଳେ ତାଙ୍କ ଫ୍ୟାନ୍ସ ମାନେ ମଧ୍ୟ ଶୋକ ପ୍ରକାଶ କରିଛନ୍ତି । ତାଙ୍କ ନିର୍ଦ୍ଦେ ଶିତ ଗୀତ ବିଶେଷ କରି ଯୁବପୀଢିଙ୍କୁ ଆକର୍ଷିତ କରିଥାଏ । ତାଙ୍କର ଅକଷ୍ମାକ ବିୟୋଗ ସମସ୍ତଙ୍କୁ ସ୍ତବ୍ଧ କରିଦେଇଛି । ଶୁଣନ୍ତୁ ସେ ଗାଇଥିବା ଶେଷ ଗୀତଟି ।

ABOUT THE AUTHOR

author-img

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.