ବିବାହ ବିଚ୍ଛେଦ ପୂର୍ବରୁ ADM ଅଫିସ ପରିସରରେ ବଳ କଷାକଷି ପତିପତ୍ନୀ, ଦେଖନ୍ତୁ - balasore ADM office fight
🎬 Watch Now: Feature Video
ବାଲେଶ୍ଵର: ବାଲେଶ୍ଵର ଏଡିଏମ ଅଫିସ ପରିସରରେ ଆଜି(ସୋମବାର) ଏକ ତୁମୁଳକାଣ୍ଡ ଦେଖିବାକୁ ମିଳିଥିଲା। ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ଟଣା ଓଟରା ସାଙ୍ଗକୁ ମାରପିଟ ଜୋରଦାର ହୋଇଥିଲା। ମାରପିଟ ଏତେ ମାତ୍ରାରେ ବଢିଯାଇଥିଲା ଯେ, ଉଭୟଙ୍କୁ ଅଟକାଇବା ପାଇଁ ବହୁ ସମୟ ଲାଗିଥିଲା। ଯାହା ସୂଚନା ମିଳିଛି, ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ପୂର୍ବରୁ ତିକ୍ତତା ଥିବା ବେଳେ ଛାଡ଼ପତ୍ର ପାଇଁ ଉଭୟ କୋର୍ଟକୁ ଆସିଥିଲେ। ଏହାକୁ ନେଇ କୌଣସି କାରଣରୁ ଉଭୟଙ୍କ ମଧ୍ୟରେ କଥା କଟାକଟି ସାଙ୍ଗକୁ ମାରପିଟ ଜୋରଦାର ହୋଇଥିଲା।
ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ
Last Updated : Sep 6, 2021, 6:45 PM IST