ହିମ ଚାଦରରେ ସଜେଇ ହୋଇଛି ପର୍ବତ ନଗରୀ - ହିମ ଚାଦର
🎬 Watch Now: Feature Video

ସିମଲା: ହିମାଚଳପ୍ରଦେଶର କୁଲ୍ଲୁରେ ପାଗ ଖରାପ ଥିବାବେଳେ, ଲାହୌଲ ସ୍ପିତରେ ହାଲୁକା ବରଫ ପାତ ହେଉଥିବା ଦେଖିବାକୁ ମିଳିଛି । ଏହାସହ ରୋହତାଙ୍ଗ ଓ ଅଟଳ ଟନେଲରେ ମଧ୍ୟ ତୁଷାରପାତ ଜାରି ରହିଛି । ଯାହାକୁ ଦେଖିଲେ ଲାଗୁଛି ବରଫ ଚାଦରରେ ସଜେଇ ହୋଇଛି ସମ୍ପୂର୍ଣ୍ଣ ପର୍ବତ ନଗରୀ । ସେପଟେ ହିମପାତ ଯୋଗୁଁ ଯାତାୟତ ପାଇଁ ଅଟଳ ଟନେଲକୁ ବନ୍ଦ କରିଦିଆଯାଇଛି । ପାଣିପାଗରେ ପରିବପର୍ତ୍ତନ ଯୋଗୁଁ ଉକ୍ତ ସ୍ଥାନ ଗୁଡିକରେ ପ୍ରଶାସନ ପକ୍ଷରୁ ଆଲର୍ଟ ଜାରି କରାଯାଇଛି ।
ବ୍ୟୁରୋ ରିପୋର୍ଟ ଇଟିଭି ଭାରତ