Panchayat Election: ଦୁର୍ନୀତିମୁକ୍ତ ପଞ୍ଚାୟତ ଗଠନ ନାରା ଦେଇ ପ୍ରଚାର ମଇଦାନରେ ପ୍ରାର୍ଥୀ - ଗ୍ରାମବାସୀଙ୍କୁ ନେଇ କରାଯିବ ଯୋଜନା

🎬 Watch Now: Feature Video

thumbnail

By

Published : Feb 4, 2022, 8:06 PM IST

ବ୍ରହ୍ମପୁର: ଗ୍ରାମର ଯୋଜନା ଗ୍ରାମବାସୀଙ୍କୁ ନେଇ କରାଯିବା ସହ ଦୁର୍ନୀତି ମୁକ୍ତ ପଞ୍ଚାୟତ ଗଠନ କରିବା ଆମର ମୁଖ୍ୟ ଲକ୍ଷ୍ୟ । ଏଭଳି ଘରକୁ ଘର ବୁଲି ପ୍ରଚାର କରୁଛନ୍ତି ଗଞ୍ଜାମ ଜିଲ୍ଲାର ଦିଗପହଣ୍ଡି ନିର୍ବାଚନ ମଣ୍ଡଳୀର କଇଠଖଣ୍ଡି ପଞ୍ଚାୟତରେ । ଦୀର୍ଘ ବର୍ଷ ଧରି ପଞ୍ଚାୟତରେ ଅନେକ ସମସ୍ୟାର ସମାଧାନ ହୋଇପାରୁନଥିବା ବେଳେ ଏଠାକାର ବିଭିନ୍ନ ସମସ୍ୟାର ସମାଧାନ ସହିତ ଗ୍ରାମର ଯୋଜନା ଗ୍ରାମବାସୀଙ୍କୁ ନେଇ କରାଯିବା ସହ ଦୁର୍ନୀତି ମୁକ୍ତ ପଞ୍ଚାୟତ ଗଠନ ଏହାର ମୁଖ୍ୟ ଲକ୍ଷ୍ୟ ବୋଲି ଘରକୁ ଘର ବୁଲି ପ୍ରଚାର କରୁଛନ୍ତି ପ୍ରାର୍ଥୀ । ଧିରେ ଧିରେ ଗଞ୍ଜାମ ଜିଲ୍ଲାର ଗ୍ରାମାଞ୍ଚଳର ରାଜନୀତି ସରଗରମ ହୋଇପଡୁଥିବା ବେଳେ ନିର୍ବାଚନ ମଇଦାନକୁ ଓଲ୍ଲାଇଥିବା ପ୍ରାର୍ଥୀ ଓ ପ୍ରାର୍ଥନୀ ମାନେ ଘରକୁ ଘର ବୁଲି ପ୍ରଚାର କରୁଛନ୍ତି । କଇଠଖଣ୍ଡି ପଞ୍ଚାୟତରେ ଜଣେ ଉଚ୍ଚଶିକ୍ଷିତ ପ୍ରାର୍ଥୀ ମନରଞ୍ଜନ ଗୌଡ ସରପଞ୍ଚ ପଦବୀ ପାଇଁ ପ୍ରତିଦ୍ବନ୍ଦିତା କରୁଥିବା ବେଳେ ଇଟିଭି ଭାରତର ସ୍ବତନ୍ତ୍ର କାର୍ଯ୍ୟକ୍ରମ ନେତାଙ୍କୁ ପାଞ୍ଚଟି ପ୍ରଶ୍ନରେ ଆଲୋଚନା କରିଥିଲେ ଆମ ରିପୋର୍ଟର ସମୀର ଆଚାର୍ଯ୍ୟ।

ABOUT THE AUTHOR

author-img

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.