ପିପିଲି ଫାଇଟ, ଫଳାଫଳ ପୂର୍ବରୁ ହାର ମାନିଲା କଂଗ୍ରେସ !

By

Published : Oct 1, 2021, 6:05 PM IST

thumbnail
ଭୁବନେଶ୍ବର: ପିପିଲି ଉପନିର୍ବାଚନରେ ସରିଛି ମତଦାନ, ଅପେକ୍ଷା କେବଳ ଫଳାଫଳକୁ । ଏହି ପରିପ୍ରେକ୍ଷୀରେ ପିପିଲି ଉପନିର୍ବାଚନର ଫଳାଫଳକୁ ନେଇ ପ୍ରତିକ୍ରିୟା ରଖିଛନ୍ତି କଂଗ୍ରେସ ବିଧାୟକ ସୁରେଶ କୁମାର ରାଉତରାୟ । ପିପିଲି ଉପନିର୍ବାଚନରେ ଶାସକ ଦଳ ନିଜ ଦଳକୁ ବିଜୟୀ କରିବା ପାଇଁ ପର୍ଯ୍ୟାପ୍ତ ଟଙ୍କା ଖର୍ଚ୍ଚ କରିଛି । ବିଜେଡି ଭୋଟରଙ୍କୁ କିଣିବା ପାଇଁ ମଦ ମାଂସ, ଖାସି ସହ ଭୋଜିଭାତ କରିଛି ବୋଲି ସୁର କହିଛନ୍ତି । ସେପଟେ ବିଜେପି ବହୁତ ଖର୍ଚ୍ଚ କରିଛି ଏବଂ ତାର ପ୍ରାର୍ଥୀ ପରିଶ୍ରମୀ । ବିଜେପି ଦ୍ବିତୀୟ ସ୍ଥାନରେ ରହିବ । ସେହିପରି କଂଗ୍ରେସ ପିପିଲି ଉପନିର୍ବାଚନରେ ନିଜର ଅମାନତ ହରାଇବନାହିଁ କିନ୍ତୁ ବିଜେଡି ଏକ ନମ୍ବର, ବିଜେପି ଦ୍ବିତୀୟ କଂଗ୍ରେସ ତୃତୀୟ ବୋଲି ସୁର କହିଛନ୍ତି। ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ,ଇଟିଭି ଭାରତ

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.