ଜିଲ୍ଲାସ୍ତରୀୟ ମୁଖ୍ୟମନ୍ତ୍ରୀ ଲୋକକଳା ଟ୍ରଫି ୨୦୨୧ ଉଦଯାପିତ
🎬 Watch Now: Feature Video
ଜଗତସିଂହପୁର: ଜିଲ୍ଲାସ୍ତରୀୟ ମୁଖ୍ୟମନ୍ତ୍ରୀ ଲୋକ କଳା ଟ୍ରଫି ୨୦୨୧ ଉତ୍ସବ ଆଜି ସନ୍ଧ୍ୟାରେ ସ୍ଥାନୀୟ ଶାରଳା ଦାସ ସଂସ୍କୃତି ଭବନ ପରିସରରେ ଅନୁଷ୍ଠିତ ହୋଇଛି । ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ବଛା ବଛା ୧୬ଟି ଲୋକ କଳା ଦଳ ଅଂଶଗ୍ରହଣ କରିଥିଲେ । ସେମାନଙ୍କ ମଧ୍ୟରେ ଦାସ କାଠିଆ, ପାଲା, ନଦୀଆ ସଂକୀର୍ତ୍ତନ, କଳିକା ତାଣ୍ଡବ ଓ ଘଣ୍ଟ ପାଟୁଆ ନୃତ୍ୟ ପରିବେଷଣ କରାଯାଇଥିଲା। ଏମାନଙ୍କ ମଧ୍ୟରୁ ମା, ଶାରଳା ଘଟ ନୃତ୍ୟ କାଳିକା ତାଣ୍ଡବ ପ୍ରଥମ ହୋଇ ଥିବା ବେଳେ ମା, ଅମ୍ବିକା ପାଲା ପରିଷଦ ଦ୍ବିତୀୟ ଓ ମା ବାସେଳୀ ସାଂସ୍କୃତିକ କଳା ପରିଷଦ ଘୋଡା ନାଚ ତୃତୀୟ ସ୍ଥାନ ଅଧିକାର କରିଥିଲେ। କନକପୁରର ପାଟ ନୃତ୍ୟ କାଳିକା ତାଣ୍ଡବ ରାଜ୍ୟସ୍ତରୀୟ ଲୋକ କଳା ଟ୍ରଫି କାର୍ଯ୍ୟକ୍ରମରେ ଭାଗ ନେବାକୁ ମନୋନୀତ ହୋଇଥିଲେ।
ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର,ଇଟିଭି ଭାରତ