ବାଲେଶ୍ଵର ପୋଲିସ ଜାରି କଲା ସଚେତନତା ଭିଡିଓ - Balasore police released an alert video
🎬 Watch Now: Feature Video
![ETV Thumbnail thumbnail](https://etvbharatimages.akamaized.net/etvbharat/prod-images/320-214-6792715-thumbnail-3x2-balasore.jpg)
ବାଲେଶ୍ଵର: କୋରୋନା ମୁକାବିଲା ପାଇଁ ଏବେ ଦେଶସାରା ଲକଡାଉନ । ଲୋକଙ୍କୁ ସଚେତନ କରାଇବା ପାଇଁ ପୋଲିସ ଦିନରାତି କର୍ତ୍ତବ୍ୟ କରୁଥିବା ବେଳେ ଅତ୍ୟାବଶକୀୟ କାମ ନଥିଲେ ଘରୁ ନବାହାରିବା ପାଇଁ ପରାମର୍ଶ ଦିଆଯାଇଛି । ମାତ୍ର ଅନେକ ସ୍ଥାନରେ ଲୋକମାନେ ଲକଡାଉନ ନିୟମ ମାନୁ ନଥିବା ନଜର ଆସିଥିଲା । ଲୋକମାନଙ୍କୁ ସଚେତନ କରାଇବା ଉଦ୍ଦେଶ୍ୟରେ ବାଲେଶ୍ଵର ପୋଲିସ ପ୍ରଶାସନ ଏକ ଭିଡିଓ ଜାରି କରିଛି । ଯେଉଁଥିରେ ପୋଲିସର ପରିଶ୍ରମ ସାଙ୍ଗକୁ ଅତ୍ୟାବଶକୀୟ ସାମଗ୍ରୀ ନେବାବେଳେ ସାମାଜିକ ଦୂରତା, ମାସ୍କ ପିନ୍ଧିବା, ହାତ ଧୋଇବା ଭଳି ସଚେତନତା ମୂଳକ ଚିତ୍ର ପ୍ରଦର୍ଶନ କରାଯାଇଛି ।