ଭୁବନେଶ୍ବର: ଆସୁଛି ବାତ୍ୟା 'ଫନି'। ସମ୍ଭାବ୍ୟ ବାତ୍ୟା 'ଫନି' ମୁକାବିଲା ପାଇଁ ବିଏମସି ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି । ବୁଧବାର ବିଏମସି କାର୍ଯ୍ୟାଳୟରେ ଖୋର୍ଦ୍ଧାରେ ବାତ୍ୟା ମୁକାବିଲା ପାଇଁ ନିଯୁକ୍ତ ନୋଡାଲ ଅଫିସର ଡ଼. କିଷନ କୁମାରଙ୍କ ଅଧ୍ୟକ୍ଷତାରେ ଏକ ଗୁରୁତ୍ବପୂର୍ଣ୍ଣ ପ୍ରସ୍ତୁତି ବୈଠକ ବସିଥିଲା ।