ଛାଡିନି ଶିକ୍ଷାଦାନ ନିଶା, 8 ବର୍ଷ ଧରି ମାଗଣାରେ ହେଉଛି ପାଠପଢା - ଶିକ୍ଷାଦାନ
🎬 Watch Now: Feature Video

ଆନନ୍ଦପୁର: ପ୍ରତ୍ୟେକଙ୍କ ଜୀବନରେ ଶିକ୍ଷାର ରହିଛି ଅନେକ ମହତ୍ତ୍ବ । ସେହି ମହତ୍ତ୍ବକୁ ବୁଝି ଅବସର ପରେ ମଧ୍ୟ ଶିକ୍ଷାଦାନ ପ୍ରତି ନିଜର ଜୀବନ ଉତ୍ସର୍ଗୀକୃତ କରିଛନ୍ତି ଜଣେ ଶିକ୍ଷକ । ଏ ହେଉଛନ୍ତି ଘସିପୁରା ବ୍ଲକ କେଶଦୂରାପାଳ ଗାଁର ନିମାଇଁ ଚରଣ ମହାରଣା । ଯିଏ ଶିକ୍ଷକଭାବେ ଅବସର ନେବା ପରେ ଏବେ ମାଗଣାରେ ଅନେକଙ୍କୁ ପଢାଉଛନ୍ତି ପାଠ ।