9 ଶହ ପରିବାରର ଭରସା ଗୋଟିଏ ନଳକୂପ - anugul
🎬 Watch Now: Feature Video

ଅନୁଗୋଳ: ଲକ୍ଷ ଲକ୍ଷ ଟଙ୍କା ବ୍ୟୟରେ ନିର୍ମାଣ ହେଉଛି ପାନୀୟ ଜଳ ପ୍ରକଳ୍ପ । ଦିନ ପରେ ଦିନ ଗଡୁଛି ସିନା ହେଲେ ପ୍ରକଳ୍ପର ଲାଭ ଲୋକଙ୍କୁ ମିଳୁନାହିଁ । ବିଭାଗୀୟ ଉଦାସୀନତା ହେଉ କି ଠିକାଦାରର ମନମାନି ବର୍ଷ ବର୍ଷ ଧରି ପାଇପ ପଡି ରହୁଥିଲେ ହେଁ ଗାଁକୁ ଆସୁନି ପିଇବା ପାଣି । ଫଳରେ ଲୋକେ ହେଉଛନ୍ତି ନାହିଁ ନଥିବା ହଟହଟା। ଏଭଳି ଉତ୍କଟ ପାନୀୟ ଜଳ ସମସ୍ୟା ଭୋଗୁଛନ୍ତି ଅନୁଗୋଳ ସହର ପାଖ ଗାଁ ରନ୍ତଲେଇର ଗ୍ରାମବାସୀ ।