ଫରେଷ୍ଟରଙ୍କ ଗାଡ଼ି ଆଡ଼କୁ ଧାଇଁ ଆସିଲା ଦନ୍ତା, ଜୀବନ ବଞ୍ଚାଇଲେ ଅଧିକାରୀ - ତାମିଲନାଡ଼ୁରେ ଫରେଷ୍ଟରଙ୍କୁ ହାତୀ ଆକ୍ରମଣ
🎬 Watch Now: Feature Video
![ETV Thumbnail thumbnail](https://etvbharatimages.akamaized.net/etvbharat/prod-images/320-214-14753148-thumbnail-3x2-elephant-attack.jpg)
ବେଙ୍ଗାଲୁରୁ: ଫରେଷ୍ଟରଙ୍କ ଉପରକୁ ଅତର୍କିତ ଆକ୍ରମଣ କଲା ଦନ୍ତା । ଜୀବନ ବିକଳରେ କୌଣସି ମତେ ଦନ୍ତା କବଳରୁ ରକ୍ଷା ପାଇ ଯାଇଛନ୍ତି ବନପାଳ(Forester) । ତାମିଲନାଡୁ଼ର ଆନ୍ନାଇମାଲାଇ ବ୍ୟାଘ୍ର ସଂରକ୍ଷିତ ଜଙ୍ଗଲରେ ଏଭଳି ଏକ ଚିତ୍ର ଦେଖିବାକୁ ମିଳିଛି । ବନ ବିଭାଗ ଆଣ୍ଟି ହଣ୍ଟିଂ ଗାର୍ଡମାନେ(Anti-hunting guards) ପାଟ୍ରୋଲିଂ ବେଳେ ଏକ ଦନ୍ତାକୁ କଦଳୀକାନ୍ଦି ଖାଇବାକୁ ଦେବାକୁ ଚେଷ୍ଟା କରିଥିଲେ । ତେବେ ଏହି ସମୟରେ ହାତୀଟି ଅସୁରକ୍ଷିତ ମନେ କରି ଫରେଷ୍ଟରଙ୍କ ଗାଡ଼ି ଆଡ଼କୁ ମାଡ଼ି ଆସିଥିଲା । ଦୀର୍ଘ ସମୟ ପିଛା କରିବା ପରେ ଶେଷରେ ହାତୀଟି ଫେରି ଯାଇଥିଲେ । ଶେଷରେ ସୁରକ୍ଷିତ ଭାବରେ ଦନ୍ତାଠାରୁ ଉଦ୍ଧାର ପାଇଥିଲେ ଫରେଷ୍ଟର ।
ବ୍ୟୁରୋ ରିପୋର୍ଟ, ଇଟିିଭି ଭାରତ
Last Updated : Feb 3, 2023, 8:20 PM IST