Earth Hour: ଆଜି ପାଳନ ହେବ ଆର୍ଥ ଆୱାର, ବାଲୁକା କଳାରେ ଘଣ୍ଟାଟିଏ ଲାଇଟ୍ ବନ୍ଦ କରିବାକୁ ବାର୍ତ୍ତା

By

Published : Mar 25, 2023, 10:24 AM IST

thumbnail

ପୁରୀ: ଆଜି ସାରା ବିଶ୍ବ ପାଳିବ ଆର୍ଥ ଆଓ୍ବାର । ଘଣ୍ଟାକ ପାଇଁ ଅନ୍ଧାର ହେବ ଦୁନିଆ । ରାତି ୮ଟା ୩୦ରୁ ୯ଟା ୩୦ଯାଏଁ ଏକ ଘଣ୍ଟା ଆର୍ଥ ଆୱାର ପାଳନ ହେବ । ଏହି ଏକ ଘଣ୍ଟା ଘରେ ସମସ୍ତ ଲାଇଟ୍ ବନ୍ଦ କରି ଦିବସକୁ ପାଳନ କରିବେ ବିଶ୍ବବାସୀ । ଏହି ଅବସରରେ ବାଲୁକା ଚିତ୍ର ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ବାଲୁକା ଚିତ୍ରକଳା ମାଧ୍ୟମରେ ସଚେତନତା ବାର୍ତ୍ତା ଦେଇଛନ୍ତି ।  

ବିଦ୍ୟୁତ୍ ଅପଚୟ ରୋକିବା, ପରିବେଶ ସୁରକ୍ଷା ଦିଗରେ ଲୋକମାନଙ୍କ ଭିତରେ ଏକ ସଚେତନତା ବାର୍ତ୍ତା ପାଇଁ ଏହି ଦିବସ ପାଳନ କରାଯାଉଛି । ପ୍ରତିବର୍ଷ ମାର୍ଚ୍ଚ ମାସର ଶେଷ ଶନିବାର ରାତି ୮ଟା ୩୦ରୁ ୯ଟା ୩୦ ଯାଏଁ ଏକ ଘଣ୍ଟା ଆର୍ଥ ଆୱାର ଭାବେ ପାଳନ କରାଯାଏ । ବାଲୁକା ଚିତ୍ର ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ପୁରୀରେ ଏକ ବାଲୁକା ଚିତ୍ରକଳା କରି ଆର୍ଥ ଆୱାର ପାଳନ ପାଇଁ ଦେଶବାସୀଙ୍କୁ ଆହ୍ଵାନ ଦେଇଛନ୍ତି । ପୁରୀ ବେଳାଭୂମିର ନିଳାଦ୍ରୀ ବିଚରେ ସୁଦର୍ଶନ ପଟ୍ଟନାୟକ ଏହି ସୁନ୍ଦର ବାଲୁକା ଚିତ୍ରକଳା ଗଢିଛନ୍ତି ।

ଇଟିଭି ଭାରତ, ପୁରୀ

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.