ଚାଷୀଙ୍କୁ ମିଳିଲେନି ବଳଦ, ଚାଷ ପାଇଁ ଏମିତି କଲେ ଯୋଗାଡ - ବଳଦ ବଦଳରେ ଘୋଡା କଲେ ଚାଷ
🎬 Watch Now: Feature Video
ମୁମ୍ବାଇ: ଚାଷ ପାଇଁ ମିଳିଲେ ନାହିଁ ବଳଦ । ହେଲେ ବନ୍ଦ ହେଲାନି ଚାଷ କି ଅଟକିଲାନି ଲଙ୍ଗଳ । ବଳଦ ବଦଳରେ ଏମିତି କିଛି ଯୋଗାଡ କଲେ ଚାଷୀ ଜାଣି ଆଶ୍ଚର୍ଯ୍ୟ ହେବ । ଘୋଡା ଦ୍ବାରା ବିଲରେ ହଳ କଲେ ଭାଉରାଓ ସୂର୍ଯ୍ୟଭାନ । ଏମିତି କିଛି ଦୃଶ୍ୟ ଦେଖିବାକୁ ମିଳିଛି ମହାରାଷ୍ଟ୍ରର ଶେରଗାଓଁ ଅଞ୍ଚଳରେ । ଟ୍ରାକ୍ଟରରେ ଚାଷ ପାଇଁ ଚାଷୀ ଜଣଙ୍କ ପାଖରେ ପଇସା ନଥିଲା । କିଛି ଦିନ ତଳେ ଏକ ଘୋଡା କିଣିଥିଲେ । ଯାହାର ନାମ ରଖିଥଲେ ରାଜା । ଏହା ପରେ ସେ ଆଉ ଏକ ଘୋଡା ଆଣିଥିଲେ । ଗାଁଠୁ ୩ କିମି ଦୂର ଜମିରେ ଘୋଡାଙ୍କ ଦ୍ବାରା ଚାଷ କାମ କରିଛନ୍ତି ।
Last Updated : Feb 3, 2023, 8:22 PM IST