thumbnail

ଭାରତର ରୋମାଞ୍ଚକର ବିଜୟ, ଖୁସିରେ ନାଚିଲେ ଗାଭାସ୍କର

By

Published : Oct 24, 2022, 7:00 AM IST

Updated : Feb 3, 2023, 8:29 PM IST

ହାଇଦ୍ରାବାଦ: ମେଲବର୍ଣ୍ଣରେ ବିରାଟ ବିଜୟ । ମ୍ୟାଚ ଜିତିବା ପରେ ସବୁଠି ସେଲିବ୍ରେସନର ମାହୋଲ ଦେଖାଦେଇଥିଲା । ଏହି ସମୟରେ ପୂର୍ବତନ କ୍ରିକେଟର ସୁନିଲ ଗାଭାସ୍କର ଷ୍ଟାଡିୟମରେ ଉତଫୁଲ୍ଲିତ ହୋଇ ନାଚୁଥିବାର ନଜର ଆସିଥିଲେ । ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହେବାରେ ଲାଗିଛି । କେବଳ ଗାଭାସ୍କର ନୁହଁନ୍ତି ତାଙ୍କ ସହିତ ପୂର୍ବତନ କ୍ରିକେଟର ଇର୍ଫାନ ପଠାନ ମଧ୍ୟ ମ୍ୟାଚ ବିଜୟକୁ ନେଇ ବେଶ୍ ଖୁସି ଥିବା ନଜର ଆସିଥିଲେ । ଚଳିତ ଟି୨୦ ବିଶ୍ବକପରେ ଭାରତ ବିଜୟ ଅଭିଯାନ ଆରମ୍ଭ କରିଛି । ସୁପର ୧୨ ପର୍ଯ୍ୟାୟ ମ୍ୟାଚରେ ପାରମ୍ପାରିକ ପ୍ରତିଦ୍ବନ୍ଦୀ ଭାରତ ପାକିସ୍ତାନ ମୁହାଁମୁହିଁ ହୋଇଥିଲେ । ଏହି ହାଇଭୋଲଟେଜ ମ୍ୟାଚରେ ଭାରତ ପାକିସ୍ତାନକୁ ୪ ୱିକେଟରେ ହରାଇ ବିଜୟ ଅଭିଯାନ ଆରମ୍ଭ କରିଛି ।
Last Updated : Feb 3, 2023, 8:29 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.