ଚଣ୍ଡିଗଡରେ ଶାହାରୁଖଙ୍କ କ୍ରେଜ, ଢୋଲ ବଜାଇ ଟ୍ରାକ୍ଟରରେ ଆସି 'ଡଙ୍କି' ପାଇଁ ଟିକେଟ୍ ବୁକ୍ କଲେ ଫ୍ୟାନ୍ସ

By ETV Bharat Odisha Team

Published : Dec 19, 2023, 1:42 PM IST

thumbnail

ହାଇଦ୍ରାବାଦ: ପଠାନ, ଜବାନ ପରେ 'ଡଙ୍କି' ସହ ପୁଣି ପରଦାକୁ ଫେରୁଛନ୍ତି ଶାହାରୁଖ ଖାନ । ଏହି ଫିଲ୍ମ ଡିସେମ୍ବର ୨୧ରେ ରିଲିଜ ହେବ । ଏହି ଫିଲ୍ମକୁ ନେଇ ଫ୍ୟାନ୍ସଙ୍କ ମଧ୍ୟରେ ଭିନ୍ନ କ୍ରେଜ ଓ ଉତ୍ସାହ ଦେଖିବାକୁ ମିଳିଛି । ବର୍ତ୍ତମାନ ଫିଲ୍ମର ଆଡଭାନ୍ସ ବୁକିଂ ଆରମ୍ଭ ହୋଇଥିବା ବେଳେ ଚଣ୍ଡିଗଡରେ ଶାହାରୁଖ ଖାନଙ୍କ ଫିଲ୍ମ ଡଙ୍କିକୁ ନେଇ ଲୋକଙ୍କ ମଧ୍ୟରେ ବେଶ ଉତ୍ସାହିତ ରହିଛନ୍ତି । ଏହି ପରିପ୍ରେକ୍ଷୀରେ ଚଣ୍ଡିଗଡର ଫ୍ୟାନ୍ସ ଟ୍ରାକ୍ଟରରେ ଜଳନ୍ଦର ଆସି ଡଙ୍କି ପାଇଁ ପ୍ରଥମ ଦିନର ପ୍ରଥମ ଶୋ' ପାଇଁ ଟିକେଟ ବୁକ କରିଛନ୍ତି । ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।  

ଏହା ମଧ୍ୟ ପଢନ୍ତୁ: କିଙ୍ଗ ଖାନଙ୍କ ପ୍ରେମରେ ବିକି କୌଶଲ, କହିଲେ- 'କ୍ୟାଟ୍ରିନାଙ୍କୁ ବିବାହ ନକରିଥିଲେ....

କିଛି ଫ୍ୟାନ୍ସ ପଞ୍ଜାବୀ କଷ୍ଟ୍ୟୁମ ପିନ୍ଧି ଢୋଲ ବଜାଇ ଫିଲ୍ମ ପାଇଂ ସେଲିବ୍ରେସନ୍‌ କରୁଛନ୍ତି ତ ଆଉ କିଛି ଫ୍ୟାନ୍ସ ଗୁରୁଦ୍ବାରାରେ ଫିଲ୍ମ ପାଇଁ କାମନା କରିଛନ୍ତି । ଏହା ପରେ ସମସ୍ତେ ଜଳନ୍ଦର ପହଞ୍ଚି ପ୍ରଥମ ଦିନର ପ୍ରଥମ ଶୋ' ପାଇଁ ଟିକେଟ ବୁକ୍‌ କରିଛନ୍ତି । ଏହି ସମୟରେ ଥିଏଟର ବାହାରେ ଡଙ୍କି ଗୀତରେ ଫ୍ୟାନ୍ସ ସେଲିବ୍ରେସନ କରିବା ସହ ବେଶ ନାଚୁଥିବାର ନଜର ଆସିଛନ୍ତି । ସୂଚନା ଥାଉ କି, ରାଜକୁମାର ହିରାନୀଙ୍କ ନିର୍ଦ୍ଦେଶିତ ଶାହାରୁଖ ଖାନଙ୍କ ବ୍ୟତୀତ ବିକି କୌଶଲ, ତାପସୀ ପନ୍ନୁ, ବୋମନ ଇରାନୀ, ସତୀଶ ଶାହାଙ୍କ ପରି ବଲିଉଡ୍‌ ଅଭିନେତାମାନେ ଅଭିନୟ କରିଛନ୍ତି । ତେବେ ଶାହାରୁଖ ରାଜକୁମାର ହିରାନୀ ଏବଂ ତାପସୀ, ବିକିଙ୍କ ସହ ପ୍ରଥମ ଥର ପାଇଁ ଏହି ଫିଲ୍ମରେ କାମ କରିଛନ୍ତି ।

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.