Watch: ଗାନ୍ଧିଜୀଙ୍କ ଜୀବନୀ ଉପରେ ଆଧାରିତ ଫିଲ୍ମର ସ୍ୱତନ୍ତ୍ର ସ୍କ୍ରିନିଂ - Filmmaker Devendra Khadelwal
🎬 Watch Now: Feature Video
![ETV Thumbnail thumbnail](https://etvbharatimages.akamaized.net/etvbharat/prod-images/23-09-2023/640-480-19584554-thumbnail-16x9-w.jpg)
![ETV Bharat Odisha Team](https://etvbharatimages.akamaized.net/etvbharat/prod-images/authors/odisha-1716536003.jpeg)
Published : Sep 23, 2023, 10:07 AM IST
ସମ୍ବଲପୁର: ଛାତ୍ରଛାତ୍ରୀଙ୍କ ମନ ଭିତରେ ଜାତୀୟ ପିତାଙ୍କ ମହାତ୍ମା ଗାନ୍ଧୀଙ୍କ ନୀତି ଓ ଆଦର୍ଶକୁ ଉଜାଗର କରିବା ପାଇଁ ସମ୍ବଲପୁରରେ ଅନୁଷ୍ଠିତ ହୋଇଯାଇଛି ଏକ ନିଆରା କାର୍ଯ୍ୟକ୍ରମ । ଓଡିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ସମ୍ବଲପୁରର ତପସ୍ୱିନୀ ପ୍ରେକ୍ଷାଳୟରେ ବାପୁଜୀଙ୍କ ଜୀବନୀ ଉପରେ ଆଧାରିତ ଫିଲ୍ମ, ସଟ୍ ଫିଲ୍ମ ଓ ଡକୁମେଣ୍ଟ୍ରି ଗୁଡିକର ସ୍ୱତନ୍ତ୍ର ସ୍କ୍ରିନିଂ ଆୟୋଜିତ ହୋଇଛି । ଏହି ଫିଲ୍ମ ଗୁଡିକରେ ଗାନ୍ଧିଜୀଙ୍କ ଜୀବନୀ ଓ ଆଦର୍ଶ ପ୍ରତିଫଳିତ ହୋଇଥିବା ବେଳେ ଏହା ପୁଣି କିପରି ଛାତ୍ରଛାତ୍ରୀଙ୍କ ମାନସ ପଟରେ ଉଜାଗର ହେବ ସେନେଇ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମ ଦିନ 11 ଟା ରୁ ସନ୍ଧ୍ୟା 6 ଟା ପର୍ଯ୍ୟନ୍ତ ଚାଲିଥିଲା ।
ଏହି କାର୍ଯ୍ୟକ୍ରମରେ ବଲିଉଡର ବିଶିଷ୍ଟ ଫିଲ୍ମ ନିର୍ମାତା ଦେବେନ୍ଦ୍ର ଖଣ୍ଡେଲୱାଲ ଉପସ୍ଥିତ ଥିଲେ । କାର୍ଯ୍ୟକ୍ରମରେ ସମ୍ବଲପୁର ମହାନଗର ନିଗମର କମିଶନର ବେଦଭୂଷଣ ଭୋଇଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଏବଂ ବିଭିନ୍ନ ସ୍କୁଲର ଛାତ୍ରଛାତ୍ରୀ ଯୋଗ ଦେଇଥିଲେ । ବର୍ତ୍ତମାନ ପରିସ୍ଥିତିରେ ବହୁ ଲୋକ ଯେଉଁ ମାନେ ଗାନ୍ଧିଜୀଙ୍କୁ ଜାଣିନାହାନ୍ତି ତାଙ୍କୁ ଭିନ୍ନ ଦୃଷ୍ଟିରେ ଦେଖନ୍ତି । ଏପରିକି ଆଜିର ଯୁବ ସମାଜର ଅଧିକାଂଶ ଯୁବକ ଗାନ୍ଧିଜୀଙ୍କ ନୀତି ଆଦର୍ଶ ଓ ଜୀବନୀ ବିଷୟରେ ନଜାଣି ତାଙ୍କ ବିଷୟରେ ଭ୍ରାନ୍ତ ଧାରଣା ରଖିଛନ୍ତି । ଗାନ୍ଧୀଜୀଙ୍କୁ କାହିଁକି ମହାନ କୁହାଯାଏ ତାଙ୍କ ଜୀବନୀ ଉପରେ ଭଲ ଭାବରେ ଆଲୋକପାତ କରିଲେ ଜଣେ ଜାଣି ପାରିବ । ଆଉ ବର୍ତ୍ତମାନର ପରିସ୍ଥିତିରେ ଗାନ୍ଧିଜୀଙ୍କ ନୀତି ଆଦର୍ଶର ମହତ୍ତ୍ବକୁ ଦୃଷ୍ଟିରେ ରଖି ଏନେଇ ଦେଶର ଭବିଷ୍ୟତ କୁହାଯାଉଥିବା ଛାତ୍ରଛାତ୍ରୀ ମାନଙ୍କୁ ଅବଗତ କରାଇବା ନିମନ୍ତେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।
ଏହା ମଧ୍ୟ ପଢନ୍ତୁ: ପରଦାରେ ପାଟଣାଗଡ ପାର୍ସଲବୋମା କାହାଣୀ, ଆସୁଛି ମାଇଣ୍ଡଗେମ
ଇଟିଭି ଭାରତ, ସମ୍ବଲପୁର