WATCH VIDEO: ବିବାହ ପରେ ପ୍ରଥମ କରି ଏକାଠି ନଜର ଆସିଲେ Sidkiara - ଏକାଠି ନଜର ଆସିଲେ ସିଡକିଆରା
🎬 Watch Now: Feature Video
ଜୟପୁର: ବିବାହ ପରେ ପ୍ରଥମ କରି ଏକାଠି ନଜର ଆସିଲେ ବଲିଉଡର ଚର୍ଚ୍ଚିତ ଯୋଡ଼ି ସିଦ୍ଧାର୍ଥ ମଲହୋତ୍ରା ଓ କିଆରା ଆଡଭାନୀ । ଉଭୟଙ୍କୁ ଆଜି (ବୁଧବାର) ବିମାନ ବନ୍ଦରରେ ଏକାଠି ଦେଖିବାକୁ ମିଳିଛି । ଗତକାଲି(ଫେବୃଆରୀ ୭)ରେ ଉଭୟ ରାଜସ୍ଥାନ ଜୈସଲମେର ସ୍ଥିତ ସୂର୍ଯ୍ୟଗଡ଼ ପ୍ୟାଲେସରେ ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ । ଏହାପରେ ବିଳମ୍ବିତ ରାତ୍ରିରେ ନିଜ ବିବାହ ଫଟୋ ସୋସିଆଲ ମିଡିଆରେ ସେୟାର କରିଥିଲେ । ଏହାପରେ ତାଙ୍କୁ ଫ୍ୟାନ୍ସଙ୍କ ସମେତ ଅନେକ ବଲିଉଡ ସେଲିବ୍ରେଟି ଶୁଭେଚ୍ଛା ଜଣାଇଥିଲେ ।
ବୁଧବାର ଜୈସଲମେର ବିମାନ ବନ୍ଦରରେ ଉଭୟ ବ୍ଲାକ ଆଉଟଫିଟରେ ନଜର ଆସିଛନ୍ତି । କିଆରା ହାତରେ ଚୁଡ୍ଡା ପିନ୍ଧିଥିବା ମଧ୍ୟ ଦେଖିବାକୁ ମିଳିଛି । ସୂଚନା ଥାଉ କି ମଙ୍ଗଳବାର ହିନ୍ଦୁ ରୀତିନୀତି ଅନୁସାରେ ସିଦ୍ଧାର୍ଥ ଓ କିଆରା ବିବାହ କରିଥିଲେ । ସିଦ୍ଧାର୍ଥ ପାରମ୍ପରିକ ରୀତିନୀତି ଅନୁଯାୟୀ ଘୋଡ଼ାରେ ବସି ବିବାହ ମଣ୍ଡପରେ ଗ୍ରାଣ୍ଡ ଏଣ୍ଟ୍ରି କରିଥିଲେ । ବଲିଉଡର ଲୋକପ୍ରିୟ ନିର୍ଦ୍ଦେଶକ କରନ ଜୋହର, ଫ୍ୟାଶନ ଡିଜାଇନର ମନୀଷ ମଲହୋତ୍ରା ଓ ଅଭିନେତା ଶାହିଦ କପୁର, ଅଭିନେତ୍ରୀ ଜୁହି ଚାୱଲା, ମୀରା ରାଜପୁତ କପୁର ସିଦ୍ଧାର୍ଥ-କିଆରାଙ୍କ ବିବାହ ଉତ୍ସବରେ ସାମିଲ ହୋଇଥିଲେ ।
ଏହି ଲୋକପ୍ରିୟ ଯୋଡ଼ି ଏକ ବ୍ୟକ୍ତିଗତ ଭାବେ ବିବାହ କରିବାକୁ ଚାହୁଁଥିବାରୁ 'ନୋ ମୋବାଇଲ ଫୋନ ପଲିସି'ର ମଧ୍ୟ ଘୋଷଣା କରିଥିଲେ । ଯାହାଦ୍ବାରା ତାଙ୍କ ବିବାହ ଫଟୋ ଓ ଭିଡିଓ ସୋସିଆଲ ମିଡିଆରେ ଲିକ୍ ହେବ ନାହିଁ । ଗତ ସପ୍ତାହରୁ ଉଭୟଙ୍କ ହଳଦୀ ଓ ମେହେନ୍ଦୀ ସେରିମନି ଆରମ୍ଭ ହୋଇଥିଲା । ସୋମବାର ସଙ୍ଗୀତ ସେରିମନି ହୋଇଥିଲା । କିଆରା ବିବାହ ଲାଗି ପିଙ୍କ୍ ରଙ୍ଗର ଲେହେଙ୍ଗା ପିନ୍ଧିଥିବା ବେଳେ ସିଦ୍ଧାର୍ଥ ଏକ ଗୋଲ୍ଡେନ ରଙ୍ଗର ସେରୱାନୀ ପିନ୍ଧିଥିଲେ । ରୟାଲ ବିବାହ କରିଥିଲେ ଏହି ନବଦମ୍ପତି ।