ପତ୍ନୀଙ୍କୁ ମନେ ପକେଇଲେ ବାବୁଶାନ୍‌, ପ୍ରେମରେ କହିଲେ ମନରେ ସବୁବେଳେ ଅଛି - ପରିବାର ସହ ଜନ୍ମଦିନ ପାଳିଲେ ବାବୁଶାନ୍‌

🎬 Watch Now: Feature Video

thumbnail

By

Published : Jul 30, 2022, 10:57 PM IST

Updated : Feb 3, 2023, 8:25 PM IST

ଭୁବନେଶ୍ବର: ଫେରି ଆସୁଛି ବାବୁଶାନଙ୍କ ପରିବାରରେ ଖୁସି । ଆଜି ଥାନାରେ‌ ହାଜର ପରେ ଜନ୍ମଦିନ ଥିବାରୁ ଘରେ ସେଲିବ୍ରେସନର ମାହୋଲ । ଏକାଠି ହୋଇଛନ୍ତି ଶ୍ବଶୁର ଓ ପରିବାର । ସେଲିବ୍ରେଟିଙ୍କ ଗହଳି ଓ ଫ୍ୟାନ ମାନଙ୍କ ସହ ଜନ୍ମଦିନ ପାଳନ କରିଛନ୍ତି ଅଭିନେତା । କେକ୍‌ କାଟିବା ସହ ନିଜ ନୂଆ ଫିଲ୍ମ 'ଗଜପତି'ର ପୋଷ୍ଟର ରିଲିଜ କରିଛନ୍ତି । ବାବୁଙ୍କ ମା' ଅଭିନେତ୍ରୀ ଅପରାଜିତା ଏବଂ ଶ୍ବଶୁରଙ୍କ ଆଶୀର୍ବାଦ ନେଇ କେକ୍‌ କାଟିଛନ୍ତି ବାବୁ । ଜନ୍ମଦିନ ସେଲିବ୍ରେସନକୁ ଆସିନାହାନ୍ତି ପତ୍ନୀ ତୃପ୍ତି । ପତ୍ନୀଙ୍କ ଅନୁପସ୍ଥିତିକୁ ନେଇ ପ୍ରେମଭରା ଶବ୍ଦରେ ବାବୁଶାନ୍‌ କହିଛନ୍ତି ଯେ "ସେ ଜନ୍ମଦିନକୁ ଆସିଲାନି, କିନ୍ତୁ ମୋ ମନରେ ସବୁବେଳେ ରହିଛି ।'' ବାବୁଶାନ୍‌ଙ୍କୁ ତୃପ୍ତିଙ୍କ ବାପା ଲଳିତ ଶତପଥୀ ଭେଟିବା ନେଇ ପାରିବାରିକ ବନ୍ଧୁ ରବି ମିଶ୍ର କହିଛନ୍ତି ଯେ, " ଜ୍ବାଇଁଙ୍କୁ ଭେଟିଲେ ଶ୍ବଶୁର । ସବୁ ଠିକ ହେବ । ଫିଟିଛି ସମାଧାନର ବାଟ।" ଏନେଇ ଅଭିନେତା ଶ୍ରୀତମ ଦାସ ମଧ୍ୟ ପ୍ରତିକ୍ରିୟା ରଖି କହିଛନ୍ତି ଯେ, "ମଣିଷ ମାତ୍ରେ ଭୁଲ ଅଛି । ଜୁଆର ଯାଇଛି ଏବେ ଭଟ୍ଟାର ସମୟ । ଏ ସମୟ ପଳେଇବ । ସବୁ ଠିକ ହୋଇଯିବ।" ଇଟିଭି ଭାରତ, ଭୁବନେଶ୍ବର
Last Updated : Feb 3, 2023, 8:25 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.