ETV Bharat / state

‘ଆୟୁଷ୍ମାନ ଭାରତ’ ପାଇଁ କେନ୍ଦ୍ର-ରାଜ୍ୟ ମଧ୍ୟରେ MOU ସ୍ବାକ୍ଷରିତ - AYUSHMAN BHARAT MOU

ଆୟୁଷ୍ମାନ ଭାରତ ପାଇଁ କେନ୍ଦ୍ର-ରାଜ୍ୟ ମଧ୍ୟରେ ଚୁକ୍ତିପତ୍ର ସ୍ବାକ୍ଷରିତ । ମୁଖ୍ୟମନ୍ତ୍ରୀ ମୋହନ ଧର୍ମେନ୍ଦ୍ର ଓ ଜୁଏଲ ଓରାମ ଉପସ୍ଥିତ ।

ଆୟୁଷ୍ମାନ ଭାରତ ପାଇଁ MOU ସ୍ବାକ୍ଷରିତ
ଆୟୁଷ୍ମାନ ଭାରତ ପାଇଁ MOU ସ୍ବାକ୍ଷରିତ (ETV Bharat Odisha)
author img

By ETV Bharat Odisha Team

Published : Jan 13, 2025, 9:57 AM IST

Updated : Jan 13, 2025, 3:01 PM IST

ଭୁବନେଶ୍ବର: ଆଜିଠାରୁ ଦୁଇଦିନିଆ ଦିଲ୍ଲୀ ଗସ୍ତରେ ଯାଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ରାଜ୍ୟରେ ‘ଆୟୁଷ୍ମାନ ଭାରତ’(PM-JAY) ସ୍ବାସ୍ଥ୍ୟବୀମା ଯୋଜନା କାର୍ଯ୍ୟକାରୀ କରିବା ପାଇଁ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ସହ ଚୁକ୍ତିନାମା ସ୍ୱାକ୍ଷରିତ ହୋଇଛି । ଦିଲ୍ଲୀର ବିଜ୍ଞାନ ଭବନରେ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଜେପି ନଡ୍ଡା ଓ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଉପସ୍ଥିତିରେ ଏହି ଚୁକ୍ତିନାମା ସ୍ବାକ୍ଷରିତ ହୋଇଛି ।

ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ‘ଜାତୀୟ ସ୍ବାସ୍ଥ୍ୟ ପ୍ରାଧିକରଣ’ ଓ ଓଡିଶା ସରକାରଙ୍କ ମଧ୍ୟରେ ଏହି ଚୁକ୍ତିନାମା ସ୍ବାକ୍ଷରିତ ହୋଇଛି । କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ସହ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ଆଦିବାସୀ କଲ୍ୟାଣ ମନ୍ତ୍ରୀ ଜୁଏଲ ଓରାମ ମଧ୍ୟ ଉପସ୍ଥିତ ଅଛନ୍ତି । ରାଜ୍ୟରେ ଭାରତୀୟ ଜନତା ପାର୍ଟି ସରକାର ଗଠନ କରିବା ପରେ କେନ୍ଦ୍ରୀୟ ସ୍ବାସ୍ଥ୍ୟ ବୀମା ଯୋଜନା PM-JAY କାର୍ଯ୍ୟକାରୀ କରିବାକୁ ଘୋଷଣା କରିଥିଲା । ଏବେ ଏହି ଚୁକ୍ତିନାମା ପରେ ଏହାର କାର୍ଯ୍ୟକାରିତା ପ୍ରକ୍ରିୟା ଆରମ୍ଭ ହେବ । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆସନ୍ତାକାଲି(ମଙ୍ଗଳବାର) ଭୁବନେଶ୍ବର ଫେରିବେ ।

  • ‘ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା’ (PM-JAY) ସମ୍ପର୍କରେ...

ଏହା ମଧ୍ୟ ପଢନ୍ତୁ:-

ଭୁବନେଶ୍ବରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ପ୍ରବାସୀ ଭାରତୀୟ ଦିବସରେ ହେବେ ସାମିଲ - PRESIDENT MURMU IN BHUBANESWAR

ଏହା ମଧ୍ୟ ପଢ଼ନ୍ତୁ-ଓଡ଼ିଶାରେ ପ୍ରଧାନମନ୍ତ୍ରୀ ମୋଦି, ପ୍ରବାସୀ ଭାରତୀୟ ଦିବସ ସମ୍ମିଳନୀକୁ କରିବେ ସମ୍ବୋଧନ - PM MODI ARRIVES IN BHUBANESWAR

କେନ୍ଦ୍ରରେ ଭାରତୀୟ ଜନତା ପାର୍ଟି କ୍ଷମତାକୁ ଆସିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ବାରା ଏହି ସ୍ବାସ୍ଥ୍ୟବୀମା ଯୋଜନା କାର୍ଯ୍ୟକାରୀ ହୋଇଥିଲା । ‘ଆୟୁଷ୍ମାନ ଭାରତ’ର ମୁଖ୍ୟ ଲକ୍ଷ୍ୟ ହେଉଛି ଆର୍ଥିକ ସମସ୍ୟା କାରଣରୁ ଦେଶର କୌଣସି ବ୍ୟକ୍ତି ଯେପରି ଉତ୍ତମ ସ୍ବାସ୍ଥ୍ୟସେବା ପାଇବାରୁ ବଞ୍ଚିତ ନହୁଅନ୍ତି । ଏହି ଯୋଜନାରେ ମେଡିକାଲ କଲେଜରେ ଚିକିତ୍ସା ପାଇଁ ପ୍ରତି ପରିବାକୁ ବାର୍ଷିକ 5 ଲକ୍ଷ ଟଙ୍କାର ସହାୟତା ରାଶି ଯୋଗାଇ ଦିଆଯାଉଛି । ଏହାସହ ଦେଶର କେତେକ ସର୍ବୋତ୍ତମ ଡାକ୍ତରଖାନାରେ ବିନା ମୂଲ୍ୟରେ ଗୁଣାତ୍ମକ ଚିକିତ୍ସା ସେବା ଯୋଗାଇ ଦିଆଯାଉଛି ।

ଏହା ମଧ୍ୟ ପଢନ୍ତୁ:-

ଏହା ମଧ୍ୟ ପଢ଼ନ୍ତୁ-'ଗାଥା ଓଡ଼ିଶାର:ବନ୍ଦେ ଉତ୍କଳ ଜନନୀ'ରେ ଓଡ଼ିଆ ଅସ୍ମିତାର ଝଲକ, ପ୍ରବାସୀଙ୍କୁ କଲା ମନ୍ତ୍ରମୁଗ୍ଧ - GATHA ODISHARAଅଶ୍ୱିନୀଙ୍କ ସହ ମୋହନଙ୍କ ଆଲୋଚନା, ଆସନ୍ତା ୩ ବର୍ଷରେ ଓଡ଼ିଶା ହେବ ମେଗା IT ହବ - CM DISCUSS WITH ASHWINI VAISHNAW

ଆୟୁଷ୍ମାନ ଭାରତ: ଦେଶର ସ୍ବାସ୍ଥ୍ୟସେବା କ୍ଷେତ୍ରରେ ମାଇଲଖୁଣ୍ଟ - Ayushman Bharat - AYUSHMAN BHARAT

‘ଫେବୃଆରୀରୁ ଲାଗୁ ହେବ ଆୟୁଷ୍ମାନ, E-KYC କରିଥିଲେ ମିଳିବ କାର୍ଡ’

ନିକଟରେ 70 ବର୍ଷ ବା ତା'ଠାରୁ ଉର୍ଦ୍ଧ୍ବ ବୟସ୍କ ନାଗରିକଙ୍କ ପାଇଁ ଭାରତ ସରକାରଙ୍କ AB-PMJAY ଯୋଜନା ଆରମ୍ଭ ନେଇ ନିଷ୍ପତ୍ତି ହୋଇଥିଲା । ଏହାପୂର୍ବରୁ ଆଶା, ଅଙ୍ଗନୱାଡି କର୍ମୀ ଏବଂ ଅଙ୍ଗନୱାଡି ସହାୟକଙ୍କୁ ଏହି ଯୋଜନା ଅଧୀନରେ ଅଣାଯାଇଥିଲା । ଏହି ଯୋଜନା ଅନ୍ତର୍ଗତ ମାଗଣା ସ୍ବାସ୍ଥ୍ୟସେବା ପାଇଁ 55 କୋଟିରୁ ଅଧିକ ନାଗରିକ ପଞ୍ଜୀକୃତ ହୋଇଛନ୍ତି । ଏପର୍ଯ୍ୟନ୍ତ ପ୍ରାୟ 1 ଲକ୍ଷ କୋଟିରୁ ଅଧିକ ସହାୟତା ପ୍ରଦାନ କରାଯାଇଥିବା ବେଳେ 7.5 କୋଟିରୁ ଅଧିକ ସଫଳ ଚିକିତ୍ସା ଯୋଗାଇ ଦିଆଯାଇଥିବା କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟ କହୁଛି । ପୂର୍ବରୁ ନବୀନ ପଟ୍ଟନାୟକଙ୍କ ସରକାର ଏହାକୁ ରାଜ୍ୟରେ ଲାଗୁ ନକରିବା ପାଇଁ ନିଷ୍ପତ୍ତି ନେଇଥିଲା । 2024 ନିର୍ବାଚନରେ ରାଜ୍ୟରେ ଭାରତୀୟ ଜନତା ପାର୍ଟି ସରକାର ଗଠନ କରିବା ପରେ ଏହାକୁ ଲାଗୁ କରିବା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଥିଲା । ଆଜି ଏନେଇ ରାଜ୍ୟ ଓ କେନ୍ଦ୍ର ସରକାର ମଧ୍ୟରେ ବିଧିବଦ୍ଧ ଭାବେ ଚୁକ୍ତିନାମା ସ୍ବାକ୍ଷରିତ ହୋଇଛି ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Jan 13, 2025, 3:01 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.