ETV Bharat / bharat

ଆରମ୍ଭ ହେଲା ମହାକୁମ୍ଭ-2025, ପ୍ରୟାଗରାଜରେ ଲକ୍ଷ ଲକ୍ଷ ସନ୍ଥ, ଶ୍ରଦ୍ଧାଳୁଙ୍କ ସଙ୍ଗମ - PRAYAGRAJ MAHA KUMBH 2025

ଭାରତୀୟ ସଂସ୍କୃତି, ଚେତନା ଓ ବିଶ୍ବାସର ମହାପର୍ବ ‘ମହାକୁମ୍ଭ’ । 144 ବର୍ଷ ପରେ ଏଥର ପୂର୍ଣ୍ଣ ମହାକୁମ୍ଭ । ସାଧୁ ସନ୍ଥ ଓ ଶ୍ରଦ୍ଧାଳୁଙ୍କ ସଙ୍ଗମରେ କମ୍ପୁଛି ପ୍ରୟାଗରାଜ ।

ଆରମ୍ଭ ହେଲା ମହାକୁମ୍ଭ-2025, ପ୍ରୟାଗରେ ଲକ୍ଷ ଲକ୍ଷ ସନ୍ଥ-ଶ୍ରଦ୍ଧାଳୁଙ୍କ ସଙ୍ଗମ
ଆରମ୍ଭ ହେଲା ମହାକୁମ୍ଭ-2025, ପ୍ରୟାଗରେ ଲକ୍ଷ ଲକ୍ଷ ସନ୍ଥ-ଶ୍ରଦ୍ଧାଳୁଙ୍କ ସଙ୍ଗମ (ETV Bharat Odisha)
author img

By ETV Bharat Odisha Team

Published : Jan 13, 2025, 7:28 AM IST

Updated : Jan 13, 2025, 10:34 AM IST

ଲକ୍ଷ୍ନୌ: ଆରମ୍ଭ ହେଲା ଭାରତୀୟ ସଂସ୍କୃତି, ଚେତନା ଓ ବିଶ୍ବାସର ମହାପର୍ବ ତଥା ବିଶ୍ବର ସର୍ବବୃହତ୍ତ ଆଧ୍ୟାତ୍ମିକ ମେଳା ‘ମହାକୁମ୍ଭ-2025’ । ଆଜି ପବିତ୍ର ପୌଷ ପୂର୍ଣ୍ଣିମାଠୁ ଏହି ଭବ୍ୟ,ଦିବ୍ୟ ସଙ୍ଗମ ତୀର୍ଥନଗରୀ ଉତ୍ତର ପ୍ରଦେଶର ପ୍ରୟାଗରାଜରେ ଆରମ୍ଭ ହୋଇଛି । ଆଜି ଭୋର ପ୍ରାୟ 3.30 ମିନିଟ୍‌ରୁ ସ୍ନାନ ବା ବୁଡ ପକାଯିବା ଆରମ୍ଭ ହୋଇଛି । ପ୍ରଥମ ଦିନରେ ଲକ୍ଷ ଲକ୍ଷ ସାଧୁ,ସନ୍ଥ ଓ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଛି । ଦେଶ ତଥା ବିଶ୍ବର କୋଣ ଅନୁକୋଣରୁ ସନାତନ ଧର୍ମାବଲମ୍ବୀ ସାଧୁ,ସନ୍ଥମାନେ ପ୍ରୟାଗ ପହଞ୍ଚିବାରେ ଲାଗିଛନ୍ତି ।

ଆଜିଠାରୁ ଆରମ୍ଭ ହୋଇଥିବା ଏହି ଦିବ୍ୟ ମେଳା ଆସନ୍ତାମାସ (ଫେବୃଆରୀ) 26 ତାରିଖରେ ଶେଷ ହେବ । ଏଥର ଦୀର୍ଘ 144 ବର୍ଷ ପରେ ପୂର୍ଣ୍ଣ ମହାକୁମ୍ଭ ପାଳନ ହେଉଥିବାରୁ ପୂର୍ବାପେକ୍ଷା ଅଧିକ ସନ୍ଥ ଓ ଶ୍ରଦ୍ଧାଳୁଙ୍କ ସମାଗମ ହେବାକୁ ଯାଉଛି । ଉତ୍ତର ପ୍ରଦେଶ ସରକାରଙ୍କ ପକ୍ଷରୁ ସବୁସ୍ତରରେ ବ୍ୟବସ୍ଥା କରାଯାଇଛି । ଭୋର ପ୍ରାୟ 4ଟାରୁ ସ୍ନାନ ଆରମ୍ଭ ହୋଇଥିବା ବେଳେ ସକାଳ 8ଟା ସୁଦ୍ଧା ପ୍ରାୟ 40 ଲକ୍ଷ ଶ୍ରଦ୍ଧାଳୁ ବୁଡ ପକାଇସାରିଥିବା ସୂଚନା ମିଳିଛି ଋ।

ବୁଡ ପକାଉଛନ୍ତି ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ
ବୁଡ ପକାଉଛନ୍ତି ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ (ETV Bharat Odisha)
  • 144 ବର୍ଷ ପରେ ଏଥର ପୂର୍ଣ୍ଣ ମହାକୁମ୍ଭ:-

ପ୍ରତ୍ୟକ 12 ବର୍ଷରେ ମହାକୁମ୍ଭ ଆୟୋଜନ ହୋଇଥାଏ । ସେହିପରି 144 ବର୍ଷରେ ଥରେ ପୂର୍ଣ୍ଣ ମହାକୁମ୍ଭ ଆୟୋଜନ କରାଯାଇଥାଏ । ଗତ ଥର 2019 ରେ ପ୍ରୟାଗରାଜରେ ଅର୍ଦ୍ଧକୁମ୍ଭ ଆୟୋଜିତ ହୋଇଥିଲା । ଚଳିତଥର 144 ବର୍ଷ ପରେ ପୂର୍ଣ୍ଣ ମହାକୁମ୍ଭ ଆୟୋଜିତ ହେଉଛି । ଏହା ଆଧ୍ୟାତ୍ମିକତା ଦୃଷ୍ଟିରୁ ଏକ ମାହାର୍ଘ୍ୟ ବେଳା । କାରଣ ଏହା ଶତାବ୍ଦୀର ପ୍ରଥମ ପୂର୍ଣ୍ଣ ମହାକୁମ୍ଭ ମଧ୍ୟ ।

  • ଆତ୍ମାଶୁଦ୍ଧି ପାଇଁ ଦିବ୍ୟ ସ୍ନାନ:-

ଏହି ମେଳାକୁ ମୁକ୍ତି ତଥା ମୋକ୍ଷ ପ୍ରାପ୍ତିର ମାର୍ଗ ବୋଲି ବିଶ୍ବାସ କରାଯାଏ । ଏହି ମେଳାର ମୁଖ୍ୟ ବିନ୍ଦୁ ହେଉଛି ସାହି ସ୍ନାନ । ପବିତ୍ର ଗଙ୍ଗା, ଯମୁନା ଓ ସରସ୍ବତୀ ନୀଦର ପବିତ୍ର ତ୍ରିବେଣୀ ସଙ୍ଗମ ପ୍ରୟାଗରାଜର ଏହି ମେଳାରେ ବୁଡ ପକାଇଲେ ମୋକ୍ଷ ପ୍ରାପ୍ତି ହେବାର ବିଶ୍ବାସ ରହିଛି । ବିଶ୍ବବ୍ୟାପୀ ସନାତନ ଧର୍ମାବଲମ୍ବୀଙ୍କର ଏହି ମେଳାରେ ସାଧୁ ସନ୍ଥଙ୍କ ସାନିଧ୍ୟ ଲାଭ କରିବା ସହ ବୁଡ ପକାଇବା ପାଇଁ ଇଚ୍ଛା ଥାଏ । ଆସନ୍ତାକାଲି (14 ଜାନୁଆରୀ) ମକର ସଂକ୍ରାନ୍ତି ଅବସରରେ ପ୍ରଥମ ସାହି ସ୍ନାନ ହେବ । ସେହିପରି ମୌନୀ ଅମାବାସ୍ୟା (29 ତାରିଖ)ରେ ଦ୍ବିତୀୟ ଓ ବସନ୍ତ ପଞ୍ଚମୀ ତଥା ସରସ୍ବତୀ ପୂଜାରେ ଅନ୍ତିମ ସାହି ସ୍ନାନ ପାଇଁ ତିଥି ରହିଛି ।

ପ୍ରୟାଗରାଜରେ ଲକ୍ଷ ଲକ୍ଷ ସନ୍ଥ, ଶ୍ରଦ୍ଧାଳୁଙ୍କ ସଙ୍ଗମ
ପ୍ରୟାଗରାଜରେ ଲକ୍ଷ ଲକ୍ଷ ସନ୍ଥ, ଶ୍ରଦ୍ଧାଳୁଙ୍କ ସଙ୍ଗମ (ETV Bharat Odisha)
  • ପ୍ରାୟ 40 କୋଟି ସାଧୁ ସନ୍ଥଙ୍କ ସମାଗମ ସମ୍ଭବାନା

ଏଥର ପୂର୍ଣ୍ଣ ମହାକୁମ୍ଭ ଆୟୋଜନ ହେଉଥିବାରୁ ପୂର୍ବାପେକ୍ଷା ଅଧିକ ସନ୍ଥ ଓ ଶ୍ରଦ୍ଧାଳୁଙ୍କ ସଙ୍ଗମ ଦେଖିବାକୁ ମିଳିପାରେ । ପ୍ରାୟ 40 କୋଟିରୁ ଅଧିକ ଲୋକଙ୍କ ସମାଗମ ହେବା ନେଇ ଆକଳନ କରାଯାଇଛି । ଉତ୍ତର ପ୍ରଦେଶ ସରକାର ସେହି ଅନୁସାରେ, ସମସ୍ତ ପ୍ରସ୍ତୁତି ମଧ୍ୟ କରିଛନ୍ତି । ପ୍ରାଶାସନିକ ଓ ସୁରକ୍ଷା ସମେତ ସମସ୍ତ କ୍ଷେତ୍ରରେ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି ।

ଆରମ୍ଭ ହେଲା ମହାକୁମ୍ଭ-2025, ପ୍ରୟାଗରାଜରେ ଲକ୍ଷ ଲକ୍ଷ ସନ୍ଥ, ଶ୍ରଦ୍ଧାଳୁଙ୍କ ସଙ୍ଗମ
ଆରମ୍ଭ ହେଲା ମହାକୁମ୍ଭ-2025, ପ୍ରୟାଗରାଜରେ ଲକ୍ଷ ଲକ୍ଷ ସନ୍ଥ, ଶ୍ରଦ୍ଧାଳୁଙ୍କ ସଙ୍ଗମ (ETV Bharat Odisha)
  • ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦି ଓ ମୁଖ୍ୟମନ୍ତ୍ରୀ ଯୋଗୀ

ପ୍ରଧାନମନ୍ତ୍ରୀ ମୋଦି ଏହି ଅବସରରେ ଶ୍ରଦ୍ଧାଳୁ ତଥା ସମଗ୍ର ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ପ୍ରଧାନମନ୍ତ୍ରୀ ଟ୍ବିଟ୍‌ କରି କହିଛନ୍ତି,‘‘ ଆଜି ପବିତ୍ର ପୌଷ ପୂର୍ଣ୍ଣିମା ଅବସରରେ ପ୍ରୟାଗରାଜର ପବିତ୍ର ଭୂମିରେ ମହାକୁମ୍ଭ ଆରମ୍ଭ ହୋଇ ସାରିଛି । ଆମର ବିଶ୍ବାସ ଏବଂ ସଂସ୍କୃତି ସହିତ ଜଡିତ ଏହି ଦିବ୍ୟ ଅବସରରେ ମୁଁ ସମସ୍ତ ଶ୍ରଦ୍ଧାଳୁଙ୍କୁ ହୃଦୟରୁ ପ୍ରଣାମ ଏବଂ ଅଭିନନ୍ଦନ ଜଣାଉଛି । ଭାରତୀୟ ଆଧ୍ୟାତ୍ମିକ ପରମ୍ପରାର ଏହି ମହାନ ପର୍ବ ଆପଣଙ୍କ ସମସ୍ତଙ୍କ ଜୀବନରେ ନୂତନ ଶକ୍ତି ଏବଂ ଉତ୍ସାହ ଆଣୁ ।’’

  • ଗୌରବମୟ ପରମ୍ପରାର ସହ ଯୋଡି ହୁଅନ୍ତୁ: ଯୋଗୀ

ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କହିଛନ୍ତି,‘‘ ମହାକୁମ୍ଭ ଆଧ୍ୟାତ୍ମିକ ଏବଂ ସାଂସ୍କୃତିକ ସମ୍ମାନର ପ୍ରତୀକ । ଏହି ଅବସର ଭାରତୀୟ ସମାଜର ବିବିଧତାରେ ଥିବା ଏକତାର ଆତ୍ମାକୁ ଜୀବନ୍ତ କରିଛି । ଗଙ୍ଗା ମା’ର ପବିତ୍ର ସ୍ରୋତରେ ସ୍ନାନ ଏବଂ ଧ୍ୟାନ କରିବାକୁ ଆସୁଥିବା ସମସ୍ତ ଭକ୍ତଙ୍କ ଇଚ୍ଛା ପୂର୍ଣ୍ଣ ହେଉ । ଏହି ପର୍ବ କେବଳ ଧାର୍ମିକ ବିଶ୍ୱାସର କେନ୍ଦ୍ର ନୁହେଁ, ବରଂ ସନାତନ ସଂସ୍କୃତି ଓ ପରମ୍ପରାର ଗୌରବଶାଳୀ ପ୍ରତୀକ । ମହାକୁମ୍ଭକୁ ଦିବ୍ୟ ଏବଂ ଭବ୍ୟ କରିବା ପାଇଁ ସମସ୍ତ ବ୍ୟବସ୍ଥା ସୁନିଶ୍ଚିତ କରାଯାଇଛି । ଆସନ୍ତୁ ମହାକୁମ୍ଭ-2025 ରେ ଅଂଶଗ୍ରହଣ କରି ସନାତନ ସଂସ୍କୃତିର ଏହି ଗୌରବମୟ ପରମ୍ପରାର ଏକ ଅଂଶ ହେବା । ମାତା ଗଙ୍ଗାର ଆଶୀର୍ବାଦ ସହିତ, ଆପଣଙ୍କ ଜୀବନ ସୁଖ, ଶାନ୍ତି ଏବଂ ସମୃଦ୍ଧିରେ ପରିପୂର୍ଣ୍ଣ ହେଉ ।’’

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Jan 13, 2025, 10:34 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.