ETV Bharat / state

ଧନୁଯାତ୍ରା ବୁଲିଲେ ମୁଖ୍ୟମନ୍ତ୍ରୀ, କଂସ ମହାରାଜଙ୍କ ଦରବାରରୁ ପୂର୍ବ ସରକାରକୁ କଲେ ଟାର୍ଗେଟ୍‌ - CM AT DHANUYATRA

ରାଜଅତିଥି ଭାବେ ନିମନ୍ତ୍ରଣ କରିଥିଲେ ମହାରାଜ କଂସ । ହାତୀ ପିଠିରେ ଚଢି ଦରବାରରେ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ । ନିଜ ସରକାରର ସଫଳତା କଥା କହିଲେ, ପୂର୍ବ ସରକାରକୁ କଲେ ଟାର୍ଗେଟ ।

ଧନୁଯାତ୍ରାରେ ମୁଖ୍ୟମନ୍ତ୍ରୀ, କଂସ ମହାରାଜଙ୍କ ଦରବାରରୁ ପୂର୍ବ ସରକାରକୁ କଲେ ଟାର୍ଗେଟ
ଧନୁଯାତ୍ରାରେ ମୁଖ୍ୟମନ୍ତ୍ରୀ, କଂସ ମହାରାଜଙ୍କ ଦରବାରରୁ ପୂର୍ବ ସରକାରକୁ କଲେ ଟାର୍ଗେଟ (ETV Bharat Odisha)
author img

By ETV Bharat Odisha Team

Published : Jan 13, 2025, 8:29 AM IST

ବରଗଡ: ବିଶ୍ବପ୍ରସିଦ୍ଧ ତଥା ବିଶ୍ବର ସର୍ବବୃହତ୍ତ ମୁକ୍ତାକାଶ ରଙ୍ଗମଞ୍ଚ ‘ଧନୁଯାତ୍ରା’ ବୁଲିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । କଳିଙ୍ଗ ସମ୍ରାଟ ଭାବେ କଂସ ମହାରାଜଙ୍କ ଦରବାରକୁ ନିମନ୍ତ୍ରିତ ହୋଇଥିଲେ । ରାଜ୍ୟର ଶାସନ ବିଷୟରେ ମହାରାଜଙ୍କୁ ଅବଗତ କଲେ । କଂସ ମହାରାଜଙ୍କ ଦରବାରରୁ ନିଜ ସରକାର ଉପଲବ୍ଧି ବଖାଣିବା ସହ ପୂର୍ବ ସରକାରକୁ ଟାର୍ଗେଟ କରିବାର କୌଣସି ଅବସର ଛାଡିଲେ ନାହିଁ ମୁଖ୍ୟମନ୍ତ୍ରୀ ।

  • ମୁଖ୍ୟମନ୍ତ୍ରୀ ହେଲେ ରାଜଅତିଥି କଳିଙ୍ଗ ସମ୍ରାଟ

ଗତକାଲି (ରବିବାର) ରାତ୍ରି ପ୍ରାୟ 8ଟା ସମୟରେ ରାଜଅତିଥି ଭାବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବରଗଡ଼ର କଂସ ଦରବାରରେ ପହଞ୍ଚିଥିଲେ l ତାଙ୍କୁ ସ୍ଥାନୀୟ କଲ୍ୟାଣ ମଣ୍ଡପଠାରେ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା ଓ ସେଠାରୁ ସେ ହାତୀ ପିଠିରେ ବସି ମହାରାଜ କଂସଙ୍କ ଦରବାର ଅଭିମୁଖେ ଯାଇଥିଲେ l ପରମ୍ପରା ଅନୁସାରେ, ମହାରାଜ କଂସଙ୍କ ନିମନ୍ତ୍ରଣ ରକ୍ଷା କରି ମୁଖ୍ୟମନ୍ତ୍ରୀ ଧନୁଯାତ୍ରାରେ ରାଜଅତିଥି ରୂପେ ଯୋଗଦାନ କରିଥିଲେ । ମୁଖ୍ୟମନ୍ତ୍ରୀଙ୍କୁ ବରଗଡ଼ବାସୀ ଏବଂ ଧନୁଯାତ୍ରା ମହୋତ୍ସବ କମିଟି ପକ୍ଷରୁ ବ୍ୟାପକ ସ୍ୱାଗତ ଜଣାଯାଇଥିଲା । ତେବେ ମୁଖ୍ୟମନ୍ତ୍ରୀ କଂସ ମହାରାଜଙ୍କ ଦରବାରରେ ଅଭିଭାଷଣ ରଖିବା ସମୟରେ ଧନୁଯାତ୍ରା ପାଇଁ ରାଜ୍ୟ ସରକାର ୧୨ କୋଟି ୮୦ ଲକ୍ଷ ଟଙ୍କାରେ ମଞ୍ଜୁର କରିଥିବା ଘୋଷଣା କରିଥିଲେ । ସେହିପରି ଧନୁଯାତ୍ରା ପାଇଁ ସ୍ଥାୟୀ ରାଜମହଲ ନିର୍ମାଣ ପାଇଁ ‘ଡିପିଆର’ ପ୍ରସ୍ତୁତ ହୋଇଛି ବୋଲି ମଧ୍ୟ ଘୋଷଣା କରିଥିଲେ ମୁଖ୍ୟମନ୍ତ୍ରୀ ।

ଧନୁଯାତ୍ରାରେ ମୁଖ୍ୟମନ୍ତ୍ରୀ, କଂସ ମହାରାଜଙ୍କ ଦରବାରରୁ ପୂର୍ବ ସରକାରକୁ କଲେ ଟାର୍ଗେଟ (ETV Bharat Odisha)

ଏହା ମଧ୍ୟ ପଢନ୍ତୁ:-

କାନ୍ଦୁଛି ଗୋପପୁର, ବିଦାୟ ନେଲେ କୃଷ୍ଣ-ବଳରାମ

ଗୋପ ଛାଡ଼ି ମଥୁରା ଯିବେ କୃଷ୍ଣ-ବଳରାମ, ଦୁଃଖରେ ଗୋପପୁରବାସୀ - DHANU YATRA

ବରଗଡ଼ ଧନୁଯାତ୍ରା: ଶ୍ରୀକୃଷ୍ଣଙ୍କ ବସ୍ତ୍ରହରଣ ଲୀଳା, କଂସ ଡାକିଲେ ରଙ୍ଗସଭା

  • କଳାକାରଙ୍କୁ ବାଣ୍ଟିଲେ ପ୍ରୋତ୍ସାହନ ରାଶି

ଧନୁଯାତ୍ରାରେ ଯମୁନା ନଦୀ ଭାବେ ଭୂମିକା ନେଉଥିବା ଜିରା ନଦୀ ଉପରେ ୮୦ କୋଟି ଟଙ୍କା ବ୍ୟୟ ଅଟକଳରେ ଆନିକଟ ନିର୍ମାଣ, ୩୦ କୋଟି ଟଙ୍କା ବ୍ୟୟ ଅଟକଳରେ ମଥୁରା ନଗରୀ କେନାଲର ସୌନ୍ଦର୍ଯ୍ୟକରଣ ବ୍ୟବସ୍ଥା କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ । ମୁଖ୍ୟମନ୍ତ୍ରୀ ଧନୁଯାତ୍ରାର ସ୍ମରଣିକା ‘ଧନୁଷ୍ପ୍ରଭା’ ଉନ୍ମୋଚନ ସହିତ ଗତ ମାଟ୍ରିକ ପରୀକ୍ଷାରେ ଜିଲାରେ ପ୍ରଥମ ୧୦ ଜଣଙ୍କ ମଧ୍ୟରେ ରହିଥିବା ଛାତ୍ରୀଛାତ୍ର ଏବଂ ଏପର୍ଯ୍ୟନ୍ତ ଚଳିତ ଧନୁଯାତ୍ରାରେ ଅଭିନୟ ସାରିଥିବା କଳାକାରଙ୍କୁ ପ୍ରୋତ୍ସାହନ ରାଶି ପ୍ରଦାନ କରିଥିଲେ ।

ଧନୁଯାତ୍ରାରେ ମୁଖ୍ୟମନ୍ତ୍ରୀ, କଂସ ମହାରାଜଙ୍କ ଦରବାରରୁ ପୂର୍ବ ସରକାରକୁ କଲେ ଟାର୍ଗେଟ
ଧନୁଯାତ୍ରାରେ ମୁଖ୍ୟମନ୍ତ୍ରୀ, କଂସ ମହାରାଜଙ୍କ ଦରବାରରୁ ପୂର୍ବ ସରକାରକୁ କଲେ ଟାର୍ଗେଟ (ETV Bharat Odisha)
  • ପୂର୍ବ ସରକାରକୁ କଲେ ଟାର୍ଗେଟ

ସେହିପରି ମୁଖ୍ୟମନ୍ତ୍ରୀ ପୂର୍ବ ସରକାରରେ ଲକ୍ଷାଧିକ ପଦବୀ ଖାଲି ପଡିଥିବା କାରଣରୁ ସରକାରୀ କାମ ବାଧାପ୍ରାପ୍ତ ହେଉଥିଲା ବୋଲି ଅଭିଯୋଗ କରି ବର୍ଷିଥିଲେ । କହିଥିଲେ,‘‘ 24 ବର୍ଷ ଭିତରେ ପୂର୍ବ ସରକାର ସମୟରେ ପ୍ରାୟ 3 ଲକ୍ଷ ସରକାରୀ ପଦବୀ ଖାଲି ପଡିଥିଲା । ଆମର ଶିକ୍ଷିତ ଯୁବକ, ଯୁବତୀମାନେ ନିଯୁକ୍ତି ପାଇ ପାରୁନଥିଲେ । ଆମ ସରକାର ଲୋକବଳକୁ ଗୁରତ୍ବ ଦିଅନ୍ତି । ଯଦି ମାନବ ସମ୍ବଳର ଅଭାବ ଥାଏ, ତେବେ ସରକାରୀ କାମ ବାଧାପ୍ରାପ୍ତ ହୋଇଥାଏ । ଏକଥା ଆମେ ସମସ୍ତେ ବିଗତ ଦିନରେ ଅନୁଭବ କରିଛନ୍ତି । ଆମ ଦଳ ଆସିବା ପୂର୍ବରୁ ଯେଉଁ ପ୍ରତିଶ୍ରୁତି ଦେଇଥିଲା, ସରକାରକୁ ଆସିବା ପରେ ତାହା ପୂରଣ କରିବା ଦିଗରେ ବିଭିନ୍ନ କାମ ହାତକୁ ନେଇଛି ।’’

  • ମୁଖ୍ୟମନ୍ତ୍ରୀଙ୍କ ସହ ଉପସ୍ଥିତ ଥିଲେ ଏହି ଅତିଥିମାନେ

ମୁଖ୍ୟମନ୍ତ୍ରୀଙ୍କ ସହ ବରଗଡ଼ ସାଂସଦ ପ୍ରଦୀପ ପୁରୋହିତ, ବରଗଡ଼ ବିଧାୟକ ଅଶ୍ୱିନୀ ଷଡ଼ଙ୍ଗୀ, ଅତାବିରା ବିଧାୟକ ନିହାର ମହାନନ୍ଦ, ବିଜେପୁର ବିଧାୟକ ସନତ ଗଡତିଆ, ଭଟଲି ବିଧାୟକ ଇରାଶିଷ ଆଚାର୍ଯ୍ୟ, ଜିଲ୍ଲାପାଳ ଆଦିତ୍ୟ ଗୋୟଲ ପ୍ରମୁଖ ଉପସ୍ଥିତ ରହିଥିଲେ । ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପାଇଁ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା ।

ଇଟିଭି ଭାରତ, ବରଗଡ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.