Jawan: ଭୁବନେଶ୍ବରରେ ଜବାନ କ୍ରେଜ, ଫିଲ୍ମ ବ୍ଲକବ୍ଲଷ୍ଟର କହିଲେ ଫ୍ୟାନ୍ସ

By ETV Bharat Odisha Team

Published : Sep 7, 2023, 5:09 PM IST

Updated : Sep 8, 2023, 4:38 PM IST

thumbnail

ଭୁବନେଶ୍ବର: ପଠାନର ଦମଦାର ସଫଳତା ପରେ ରିଲିଜ ହେଲା ଫିଲ୍ମ ଜବାନ । 6 ମାସ ପରେ ଚଳିତ ବର୍ଷ ଶାହାରୁଖଙ୍କ 2ୟ ଫିଲ୍ମ ଜବାନ ସହ ବଡ ପଦାକୁ ଫେରିଛନ୍ତି । ଏହି ଫିଲ୍ମ ଆଜି ବିଶ୍ବରେ ହିନ୍ଦୀ, ତେଲୁଗୁ ଏବଂ ତାମିଲ ଭାଷାରେ ରିଲିଜ ହୋଇଛି । ପ୍ରଥମ ଦିନରେ ଫିଲ୍ମକୁ ନେଇ ଜବରଦସ୍ତ କ୍ରେଜ୍‌ ଦେଖିବାକୁ ମିଳିଛି । ପୁରୀଠାରୁ ପଲ୍ଲୀ ସବୁ ରାଜ୍ୟରେ ଫିଲ୍ମକୁ ନେଇ ସେଲିବ୍ରେସନ ଦେଖିବାକୁ ମିଳିଛି । ଏହାରି ମଧ୍ୟରେ ବର୍ତ୍ତମାନ ରାଜଧାନୀର ବିଭିନ୍ନ ସିନେମା ହଲରେ ଦେଖିବାକୁ ମିଳିଛି କିଙ୍ଗ୍‌ ଖାନଙ୍କ କ୍ରେଜ୍‌ । କେକ୍‌ କାଟି ନାଚି ଗାଈ ଶାହାରୁଖ ଖାନଙ୍କ ଫିଲ୍ମକୁ ଉପଭୋଗ କରିଛନ୍ତି ଫ୍ୟାନ୍ସ । ପ୍ରଥମ ଦିନର ପ୍ରଥମ ଶୋ' ସକାଳ ୫ଟାରୁ ଆରମ୍ଭ ହୋଇଥିବା ବେଳେ ଥିଏଟରରେ ଜମିଛି ପ୍ରବଳ ଭିଡ଼ । ରାଜଧାନୀର ମହାରାଜା ହେଉ ଅବା ଶ୍ରୀୟା ଅବା କେଶରୀ ସବୁଠି ଶାହାରୁଖଙ୍କ ଫ୍ୟାନ୍ସ ନାଚ ଗୀତ ସହ ଜବରଦସ୍ତ ଉତ୍ସବ ମନାଇ କିଙ୍ଗ୍‌ ଖାନ୍‌ଙ୍କ ସିନେମା ଦେଖିଛନ୍ତି । ଓଲିଉଡ୍‌ ଅଭିନେତା ଶୈଳେନ୍ଦ୍ରଙ୍କ ସମେତ ଅନ୍ୟ ଫ୍ୟାନ୍ସ ମାନେ କିଙ୍ଗ ଖାନ୍‌ଙ୍କୁ ଜବାନ ଫିଲ୍ମ ପାଇଁ ଶୁଭେଚ୍ଛା ଜଣାଇ କେକ୍‌ କାଟି ଧୁମଧାମରେ ସେଲିବ୍ରେଟ୍‌ କରିଛନ୍ତି । ଏହି ଆକ୍ସନ୍‌ ଲଭ ଫ୍ୟାମିଲି ଡ୍ରାମା ଫିଲ୍ମ ଜବାନ ଦେଶପ୍ରୀତିର କାହାଣୀକୁ ନେଇ ଗତିଶୀଳ ହୋଇଥିବା ବେଳେ ଦର୍ଶକଙ୍କ ହୃଦୟକୁ ଛୁଇଁଛି । କେବଳ ଶାହରୁଖଙ୍କ ଫ୍ୟାନ ନୁହେଁ ସବୁ ଶ୍ରେଣୀର ଦର୍ଶକ ଏହି ସିନେମାକୁ ପସନ୍ଦ କରିଥିବା ବେଳେ ସିନେମାର କ୍ରେଜକୁ ନେଇ ଦୁଇ ସପ୍ତାହ ପାଇଁ ଟିକେଟ୍‌ ମଧ୍ୟ ପୂର୍ବରୁ ବୁକ୍‌ ହୋଇସାରିଛି । ତେବେ ସିନେମାର ଲୋକପ୍ରିୟତାକୁ ନେଇ ଟିକେଟ୍‌ ମିଳୁନଥିବା ବେଳେ ସିନେମା ଦେଖି ଆସିଥିବା କିଛି ଶାହରୁଖ ଖାନଙ୍କ ଫ୍ୟାନ କଣ କହୁଛନ୍ତି ଶୁଣନ୍ତୁ...

ଏହା ମଧ୍ୟ ପଢନ୍ତୁ: ରିଲିଜର ପ୍ରଥମ ଦିନରେ ସେଲିବ୍ରେସନ, ହଲ୍ ସାମ୍ନାରେ ନାଚିଲେ ଫ୍ୟାନ୍ସ

ଭୁବନେଶ୍ବର, ଇଟିଭି ଭାରତ

Last Updated : Sep 8, 2023, 4:38 PM IST

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.