ଜଗନ୍ନାଥ ମନ୍ଦିର ପୁନଃଉଦ୍ଧାର, ଉତ୍ତରକାଶୀରେ ପହଞ୍ଚିଲେ ସବ୍ୟସାଚୀ

By

Published : Jun 27, 2023, 4:09 PM IST

Updated : Jun 27, 2023, 4:44 PM IST

thumbnail

ଭୁବନେଶ୍ବର: ଉତ୍ତରକାଶୀ ଗସ୍ତରେ ଓଲିଉଡ ଅଭିନେତା ସବ୍ୟସାଚୀ ମିଶ୍ର । ସେଠାରେ ଥିବା ଜଗନ୍ନାଥ ମନ୍ଦିରର ପୁନଃଉଦ୍ଧାର କରିବେ ସବ୍ୟସାଚୀ । ଆଗାମୀ 6 ମାସ ପାଇଁ ମନ୍ଦିରରେ ଭୋଗ ଓ ପୂଜାର ଆବଶ୍ୟକ ଖର୍ଚ୍ଚ ନିଜେ ବହନ କରିବା ସହ ଏକ ଚିରସ୍ଥାୟୀ ବ୍ୟବସ୍ଥା ତିଆରି କରିବେ । ବାହୁଡ଼ା ଯାତ୍ରା ଦିନ ସ୍ଥାନୀୟ ବାସିନ୍ଦାଙ୍କ ସହ ଆଲୋଚନା କରି ଆରମ୍ଭ କରିବେ ମନ୍ଦିର କାର୍ଯ୍ୟ । ସୋସିଆଲ ମିଡିଆରେ ଏନେଇ ସୂଚନା ଦେଇଛନ୍ତି ଅଭିନେତା । 

ନିଜ ଇନଷ୍ଟାଗ୍ରାମରେ ସବ୍ୟସାଚୀ ଭିଡିଓ ଜାରି କରି ଉତ୍ତରକାଶୀର ଜଗନ୍ନାଥ ମନ୍ଦିରର ବିଷୟରେ ଅବଗତ କରାଇବା ସହ ଆଜି ଉତ୍ତରକାଶୀ ପହଞ୍ଚିଥିବା ନେଇ ସୂଚନା ଦେଇଛନ୍ତି । ଜୁନ 29 ଅର୍ଥାତ ବାହୁଡା ଦିନ ମନ୍ଦିରରେ ପୂଜାର୍ଚ୍ଚନା ଆରମ୍ଭ କରାଯାଇ ବାହୁଡା ଯାତ୍ରା ପାଳନ କରାଯିବ। ତେବେ ସେଠାରେ ରହିଥିବା ସମସ୍ତ ଭକ୍ତ ଏବଂ ଓଡ଼ିଶାର ଭକ୍ତଙ୍କୁ ସେହି ଦିନ ଯାତ୍ରାରେ ସାମିଲ ହେବାକୁ ନିମନ୍ତ୍ରଣ କରିଛନ୍ତି ସବ୍ୟସାଚୀ । 

ସୂଚନା ଥାଉ କି, ଉତ୍ତରାଖଣ୍ଡ ଉତ୍ତରକାଶୀ ଠାରୁ ମାତ୍ର 4ରୁ 5 କିମି ଦୂରରେ ଏକ ଜଗନ୍ନାଥ ମନ୍ଦିର ଅବସ୍ଥିତ। ଦ୍ଵାଦଶ ଶତାବ୍ଦୀରେ ଆଦି ଶଙ୍କରାଚାର୍ଯ୍ୟଙ୍କ ଦ୍ଵାରା ପ୍ରତିଷ୍ଠିତ ଏକ ପୁରାତନ ମନ୍ଦିର । ଆଜି ଯାଏଁ ନା ସେଠାରେ ମହାପ୍ରଭୁଙ୍କ ପୂଜା ହୋଇପାରୁଛି ନା ପ୍ରତିଦିନ ଭୋଗ ଲାଗିପାରୁଛି । ବର୍ଷ ବର୍ଷ ଧରି ରଥଯାତ୍ରା ମଧ୍ୟ ହୋଇପାରୁନାହିଁ । କେବଳ ଏତିକି ନୁହେଁ ମନ୍ଦିରର ମଧ୍ୟ ପୁନରୁଦ୍ଧାର କରାଯାଉନାହିଁ । ଏହି ମନ୍ଦିର ଅଛି ବୋଲି ଭକ୍ତ ଜାଣି ନାହାନ୍ତି। 

ତେବେ ଏହାର ଖବର ପାଇ ଏବେ ମହାପ୍ରଭୁଙ୍କ ପୁନଃଉଦ୍ଧାର ପାଇଁ ଆଗକୁ ଆସିଛନ୍ତି ସବ୍ୟସାଚୀ ମିଶ୍ର। ମନ୍ଦିର ପାଇଁ ଏକ ପଦକ୍ଷେପ ନେବାକୁ ଚାହିଁଛନ୍ତି । ସେ ଦେଇଥିବା ପ୍ରତିଶୃତି ଅନୁଯାୟୀ ଆଜି ଉତ୍ତରକାଶୀରେ ପହଞ୍ଚିଛନ୍ତି । ଯଥା ଶୀଘ୍ର ସେଠାରେ ପହଞ୍ଚି ବାହୁଡ଼ା ଯାତ୍ରା ଦିନ ମନ୍ଦିରର ପୁନରୁଦ୍ଧାର ପାଇଁ ସେଠାକାର ସ୍ଥାନୀୟ ବାସିନ୍ଦାଙ୍କ ସହ ଆଲୋଚନା କରିବେ । ଆଗାମୀ 6 ମାସ ପାଇଁ ମନ୍ଦିରରେ ଭୋଗ ଓ ପୂଜାର ଆବଶ୍ୟକ ଖର୍ଚ୍ଚ ନିଜେ ବହନ କରି ଏକ ଚିରସ୍ଥାୟୀ ବ୍ୟବସ୍ଥା ତିଆରି କରିବାକୁ ଚେଷ୍ଟା କରିବି ବୋଲି କହିଛନ୍ତି । ୨୮ ତାରିଖରେ ବାହୁଡ଼ା ଦିନ ଅପରାହ୍ନରେ ପୂଜା ଆରମ୍ଭ କରିବାର ଲକ୍ଷ୍ୟ ରକଇଥିବା ବେଳେ ସେହିଦିନ ମନ୍ଦିରକୁ ଆସିବାକୁ ସମସ୍ତ ଫ୍ୟାନ୍ସକୁ ଅନୁରୋଧ କରିଛନ୍ତି। 

ଇଟିଭି ଭାରତ, ଭୁବନେଶ୍ବର

Last Updated : Jun 27, 2023, 4:44 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.