ପୁଣି ଛାଡପତ୍ରକୁ ଇଶାରା, ପରିବାରକୁ ଖୁସି ଦେଇପାରିଲେ ନବବର୍ଷ ପାଳିବେ ଅନୁଭବ
🎬 Watch Now: Feature Video
ଭୁବନେଶ୍ବର: 2023 ବର୍ଷ ପାଇଁ ମୁଁ ବହୁତ ଆଶାବାଦୀ ଅଛି । ଯେଉଁଦିନ ମୁଁ ମୋ ପରିବାରକୁ ସବୁ ଦୁଃଖକଷ୍ଟରୁ ଦୂରେଇ ଦେଇପାରିବି ସେହି ଦିନ ମୋ ପାଇଁ ନୂଆ ବର୍ଷ ହେବ । ଆଗରୁ ବି କହିଛି ଛାଡ଼ପତ୍ର ଦିନ ମୋର ପୂନର୍ଜନ୍ମ ହେବ ବୋଲି । ବର୍ତ୍ତମାନ କେବଳ ସେଦିନକୁ ଅପେକ୍ଷା । ମହାପ୍ରଭୁଙ୍କ ପାଖରେ ଏତିକି ପ୍ରାର୍ଥନା, 2023 ବର୍ଷ ମୋ ପରିବାର ତଥା ଫ୍ୟାନ୍ସଙ୍କ ପାଇଁ ନୂଆ ଚିନ୍ତାଧାରା, ନୂଆ ଖୁସି ନେଇକି ଆସୁ । ସମସ୍ତେ ନୂଆ ଧାରାରେ ଆଗେଇ ଚାଲନ୍ତୁ । ନୂଆ ବର୍ଷରେ ଅନୁଭବଙ୍କ ଆଗାମୀ ରୋମାଣ୍ଟିକ ଫିଲ୍ମ ‘ଲଭ ଇନ୍ ଲଣ୍ଡନ’ ଆସୁଛି । ଯାହାକୁ ଦେଖିବା ପାଇଁ ସେ ଫ୍ୟାନ୍ସଙ୍କୁ ଅନୁରୋଧ କରିଛନ୍ତି । ପୁରୁଣା ନୂଆ ବର୍ଷର ଅନୁଭୂତିକୁ ନେଇ ଅନୁଭବ ମହାନ୍ତିଙ୍କ ସହ ଅଧିକ ଆଲୋଚନା କରିଛନ୍ତି ଆମ ଭୁବନେଶ୍ବର ପ୍ରତିନିଧି ଦେବସ୍ମିତା ରାଉତ ।
Last Updated : Feb 3, 2023, 8:37 PM IST