ବିନା ପ୍ରସ୍ତୁତିରେ ଜିଲ୍ଲା ଯୋଜନା କମିଟି ବୈଠକ, ଅଧିକାରୀଙ୍କୁ ତାଗିଦ କଲେ ଜିଲ୍ଲପାଳ - ଅଧିକାରୀଙ୍କୁ ତାଗିଦ କଲେ ଜିଲ୍ଲପାଳ
🎬 Watch Now: Feature Video
Published : Oct 21, 2023, 7:21 AM IST
ବରଗଡ: ଶୁକ୍ରବାର ବରଗଡ DRDA ହଲ ଠାରେ 16ତମ ଜିଲ୍ଲା ଯୋଜନା କମିଟିର ବୈଠକ ଅନୁଷ୍ଠିତ ହୋଇଥିଲା । ବିନା କୌଣସି ପୂର୍ବ ପ୍ରସ୍ତୁତିରେ ଆସିଥିଲେ ବିଭାଗୀୟ ଅଧିକାରୀମାନେ । ଆଗାମୀ 7 ଦିନ ମଧ୍ୟରେ ଆକ୍ସନ ପ୍ଳାନ୍ ତିଆରି କରି ନୂତନ ବୈଠକରେ ସମ୍ପୂର୍ଣ୍ଣ ପ୍ରସ୍ତୁତ ହୋଇ ଆସିବା ପାଇଁ ତାଗିଦ୍ କଲେ ଜିଲ୍ଲାପାଳ ଓ ବିଧାୟକ ।
ସୂଚନା ଅନୁଯାୟୀ, ବରଗଡ଼ରେ 16ତମ ଜିଲ୍ଲା ଯୋଜନା କମିଟିର ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ବରଗଡ଼ ଜିଲ୍ଲାପାଳ ମନୀଷା ବାନାର୍ଜୀ, ବରଗଡ଼ ବିଧାୟକ ଦେବେଶ ଆଚାର୍ଯ୍ୟଙ୍କ ସମେତ ଜିଲ୍ଲାର ବିଭିନ୍ନ ବିଭାଗର ଅଧିକାରୀମାନେ ଉପସ୍ଥିତ ରହିଥିଲେ । ପ୍ରତିବର୍ଷ ପରି ଏହି ଜିଲ୍ଲା ଯୋଜନା କମିଟିର ବୈଠକ ଆଜି ମଧ୍ୟ ବସିଥିଲା ଯେଉଁଥିରେ ଜିଲ୍ଲାର ବିକାଶ ତଥା ଉନ୍ନତି ପାଇଁ ଅନେକ ଯୋଜନା ମୁତାବକ ପ୍ଳାନ୍ ତିଆରି କରାଯାଇଥାଏ ଓ ବଜେଟ୍ ପ୍ରସ୍ତୁତ କରଯାଏ । ତେବେ ରାଜ୍ୟ ସରକାରଙ୍କ ନିକଟକୁ ପଠାଯାଇଥିବା ବଜେଟ୍ରୁ କେତେ ଟଙ୍କା ଅନୁଦାନ ମିଳିଥିଲା ଏବଂ ସେଥିରୁ କେନ୍ଦ୍ର ଅନୁଦାନ କେତେ ରାଜ୍ୟ ସରକାରଙ୍କ ଆର୍ଥିକ ଅନୁଦାନ କେତେ ଆସିଥିଲା ଓ କେତେ ଅର୍ଥ ଖର୍ଚ୍ଚ ହୋଇପାରିଲା ଏହି ବୈଠକରେ ଆଲୋଚନା ହୋଇଥାଏ । କୃଷି ବିଭାଗ, ମତ୍ସ୍ୟ ବିଭାଗ, ଜଳସେଚନ ଏପରି ଅନେକ ବିଭାଗର ଗତ ବଜେଟର ଖର୍ଚ୍ଚ ଏବଂ ଆଗାମୀ ବର୍ଷର ନୂତନ ପ୍ଳାନ୍ ବିଷୟରେ ଆଲୋଚନା ହୋଇଥାଏ । ନୂତନ ବଜେଟ୍ କଣ ରହିବ ସେନେଇ ଜିଲ୍ଲା ଯୋଜନା କମିଟି ବୈଠକରେ ଜିଲ୍ଲାପାଳ ଓ ବିଧାୟକଙ୍କ ଉପସ୍ଥିତିରେ ପ୍ରଶାସନର ଜରୁରୀ ବୈଠକ ରହିଥିଲା । ଜିଲ୍ଲା ଯୋଜନା କମିଟିର ବୈଠକ ବିଷୟରେ ପୂର୍ବରୁ ସମସ୍ତ ଅଧିକାରୀଙ୍କୁ ଜଣାଯାଇଥିଲେ ସୁଦ୍ଧା ଆଜିର ବୈଠକରେ ବିନା ପ୍ରସ୍ତୁତିରେ ଅଧିକାରୀମାନେ ଉପସ୍ଥିତ ରହିବା ଏବଂ ବରଗଡ଼ ଜିଲ୍ଲାର ବିଭାଗୀୟ ଅଧିକାରୀମାନେ ଆକ୍ସନ ପ୍ଳାନ୍ ଦର୍ଶାଇ ନପାରିବା ଘଟଣା ସମସ୍ତଙ୍କୁ ଚକିତ ଆଶ୍ଚର୍ଯ୍ୟ କରିଦେଇଛି । ତେବେ ସମସ୍ତ ବିଭାଗର ଅଧିକାରୀମାନଙ୍କୁ ଜିଲ୍ଲାପାଳ ତାଗିଦ କରିଥିଲେ ।
ଇଟିଭି ଭାରତ, ବରଗଡ