ETV Bharat / entertainment

କମ ବଜେଟ୍ ବଡ଼ ଧମାକା, ଲୋକପ୍ରିୟତା ସହ ଛାପିଲା ମୋଟା ନୋଟ୍ - LOW BUDGET HITS FILM IN 2024

2024 ମସିହାରେ ଅନେକ କମ ବଜେଟ୍ ହିନ୍ଦୀ ଏବଂ ସାଉଥ ଚଳଚ୍ଚିତ୍ର ଲୋକପ୍ରିୟତା ସହ ହିଟ୍ ହୋଇଛି । ଜାଣନ୍ତୁ ସେହି ଫିଲ୍ମ ବିଷୟରେ,

LOW BUDGET HITS FILM IN 2024
LOW BUDGET HITS FILM IN 2024 (film poster/ETV Bharat Odisha)
author img

By ETV Bharat Entertainment Team

Published : Dec 19, 2024, 4:51 PM IST

ହାଇଦ୍ରାବାଦ: ପ୍ରତିବର୍ଷ ପରି ମନୋରଞ୍ଜନ ଦୁନିଆରେ ଅନେକ ବଡ ବଜେଟ୍ ଚଳଚ୍ଚିତ୍ର ମୁକ୍ତିଲାଭ କରିଥାଏ, ଯାହା ବିଷୟରେ ଅନେକ ଚର୍ଚ୍ଚା ରହିଥାଏ । ସେହିପରି ବର୍ତ୍ତମାନ ସରିବ 2024 ବର୍ଷ । ପୁଣି ନୂଆ ଆଶା ଉଦ୍ଦୀପନା ସହ ଆସିବ 2025 ବର୍ଷ । ଆଗାମୀ ବର୍ଷରେ ପୁଣି ତାରକାମାନେ ନିଜ ନୂଆ ଫିଲ୍ମ ନେଇ ପରଦାକୁ ଫେରିବେ । ଯାହାକୁ ସମସ୍ତେ ଉତ୍ସାହର ସହ ଅପେକ୍ଷା କରିଛନ୍ତି । ଏପରି ସମୟରେ 2024ରେ ମନୋରଞ୍ଜନ ଇଣ୍ଡଷ୍ଟ୍ରି ପାଇଁ ମଧ୍ୟ ଖାସ୍ ରହିଥିଲା । ଏହି ବର୍ଷ ଅନେକ ଫିଲ୍ମ ରିଲିଜ ହୋଇଥିଲା ଯାହା ବକ୍ସ ଅଫିସରେ ସଫଳତା ହାସଲ କରିଛି । ଏଥିମଧ୍ୟରେ କିଛି ଏପରି ଚଳଚ୍ଚିତ୍ର ଅଛି, ଯାହା ସ୍ୱଳ୍ପ ବଜେଟ୍ ଥାଇ ମଧ୍ୟ ଦର୍ଶକଙ୍କ ମନ ଜିତିବା ସହ ବ୍ଲକବ୍ଲଷ୍ଟ ପ୍ରମାଣିତ ହୋଇଛି । ଏଥିରେ ବଲିଉଡରୁ ସାଉଥ ଚଳଚ୍ଚିତ୍ର ପର୍ଯ୍ୟନ୍ତ ନାମ ଅନ୍ତର୍ଭୁକ୍ତ । ଯାହା କମ୍ ବଜେଟ୍ ସହ ବକ୍ସ ଅଫିସରେ ହଇଚଇ ସୃଷ୍ଟି କରିଥିଲା । ଜାଣନ୍ତୁ ସେହି ଫିଲ୍ମଗୁଡ଼ିକ ବିଷୟରେ...

ସ୍ୱଳ୍ପ ବଜେଟ୍ ହିଟ୍ ଫିଲ୍ମ:-

1. 'ସ୍ତ୍ରୀ 2'

ସ୍ୱଳ୍ପ ବଜେଟ୍ ଏବଂ ଅଧିକ ଆୟ କରୁଥିବା ଚଳଚ୍ଚିତ୍ର ତାଲିକାରେ ଶ୍ରଦ୍ଧା କପୁର ଏବଂ ରାଜକୁମାର ରାଓଙ୍କ ହରର କମେଡି 'ସ୍ତ୍ରୀ ୨' ଅନ୍ତର୍ଭୁକ୍ତ । ଏହି ଚଳଚ୍ଚିତ୍ର ନିର୍ମାଣ ପାଇଁ ଅମର କୌଶିକ 60 କୋଟି ଟଙ୍କା ଖର୍ଚ୍ଚ କରିଥିଲେ। ଏହା ବକ୍ସ ଅଫିସରେ ରିଲିଜ୍ ହେବା ମାତ୍ରେ ଅନେକ ରେକର୍ଡ ଭାଙ୍ଗିବା ସହ ବିପୁଳ ରୋଜଗାର କରିଛି । ଶ୍ରଦ୍ଧା କପୁର ଏବଂ ରାଜକୁମାର ରାଓଙ୍କ ହରର କମେଡି ସାରା ବିଶ୍ୱରେ 880 କୋଟି ଟଙ୍କା ବ୍ୟବସାୟ କରିଛି। 'ସ୍ତ୍ରୀ ୨' ଚଳିତ ବର୍ଷର ସର୍ବାଧିକ ଆୟ କରିଥିବା ହିନ୍ଦୀ ଚଳଚ୍ଚିତ୍ର ଭାବରେ ପରିଣତ ହୋଇଛି।

2. 'ଲାପତା ଲେଡିଜ୍'

କିରଣ ରାଓଙ୍କ ନିର୍ଦ୍ଦେଶିତ 'ଲାପତା ଲେଡିଜ୍' ଚଳିତ ବର୍ଷର ସବୁଠାରୁ ଚର୍ଚ୍ଚିତ ଚଳଚ୍ଚିତ୍ର ମଧ୍ୟରୁ ଅନ୍ୟତମ । ଏହି ଚଳଚ୍ଚିତ୍ରରେ ନିତାଂସି ଗୋୟଲ, ପ୍ରତୀଭା ରାଣ୍ଟା, ସ୍ପର୍ଶ ଶ୍ରୀବାସ୍ତବ, ରବି କିଶନ ଏବଂ ଛାୟା ପ୍ରମୁଖ ଭୂମିକାରେ ଅଛନ୍ତି। ତେବେ ପ୍ରେକ୍ଷାଳୟ ପ୍ରତି ଦର୍ଶକଙ୍କୁ ଆକର୍ଷିତ କରିବାରେ 'ଲାପତା ଲେଡିଜ୍' ନିଶ୍ଚିତ ଭାବରେ ବିଫଳ ହୋଇଥିଲା । କିନ୍ତୁ, ଯେତେବେଳେ ଏହା OTT ରେ ରିଲିଜ ହେଲା, ଏହା ଏକ ଆଲୋଡ଼ନ ସୃଷ୍ଟି କରିଥିଲା । ନେଟଫ୍ଲିକ୍ସରେ ପ୍ରିମିୟର୍ ହେବା ପରେ ଫିଲ୍ମଟି ଅଧିକ ପ୍ରଶଂସା ଏବଂ ସ୍ୱୀକୃତି ଲାଭ କରିଥିଲା ।| 10 କୋଟି ଟଙ୍କା ବଜେଟରେ ନିର୍ମିତ ଏହି ଚଳଚ୍ଚିତ୍ରଟି ଓସ୍କାରରେ ଶ୍ରେଷ୍ଠ ଅନ୍ତର୍ଜାତୀୟ ଫିଚର ଫିଲ୍ମ ବର୍ଗରେ ମନୋନୀତ ହୋଇଥିଲା । ହେଲେ ର୍ଦୁଭାଗ୍ୟ ବଶତଃ ଓସ୍କାର ରେସରୁ ବାଦ ପଡିଲା । 'ଲାପତା ଲେଡିଜ୍' ସାରା ବିଶ୍ୱରେ 27.66 କୋଟି ଟଙ୍କା ରୋଜଗାର କରିଛି । ଏହି ଚଳଚ୍ଚିତ୍ରଟି ନେଟଫ୍ଲିକ୍ସରେ 13.8 ମିଲିୟନ୍ ଭ୍ୟୁ ପାଇଥିଲା, ଯାହା ଏକମାତ୍ର ଅଣ-ଇଂରାଜୀ ଚଳଚ୍ଚିତ୍ର ହୋଇ OTT ରେ ରେକର୍ଡ ଭାଙ୍ଗିଥିଲା ।

3.'ହନୁମାନ'

ତେଜା ସାଜାଙ୍କ ଅଭିନୀତ ପ୍ରଶାନ୍ତ ଭର୍ମାଙ୍କ ନିର୍ଦ୍ଦେଶିତ 'ହନୁ-ମ୍ୟାନ୍' ଏକ ତେଲୁଗୁ ସୁପରହିଟ୍ ଫିଲ୍ମ 'ହନୁମାନ' । 40 କୋଟି ଟଙ୍କାର ବଜେଟରେ ନିର୍ମିତ ଏହି ଚଳଚ୍ଚିତ୍ର ସାରା ବିଶ୍ୱରେ 350 କୋଟି ଟଙ୍କା ଆୟ କରିବା ସହ ଲୋକପ୍ରିୟତା ହାସଲ କରିଥିଲା । ଏହି ଚଳଚ୍ଚିତ୍ରରେ ବରଲକ୍ଷ୍ମୀ ସରଥକୁମାର, ଅମୃତା ଆୟର୍ ଏବଂ ବିନୟ ରାୟ ମଧ୍ୟ ଅଭିନୟ କରିଛନ୍ତି।

4. 'ସୈତାନ'

ଅଜୟ ଦେବଗନଙ୍କ ଫିଲ୍ମ 'ସୈତାନ' ସ୍ୱଳ୍ପ ବଜେଟର ଚଳଚ୍ଚିତ୍ର ମଧ୍ୟରୁ ଅନ୍ୟତମ । 40 କୋଟି ଟଙ୍କା ବଜେଟରେ ନିର୍ମିତ ଏହା ଏକ ହରରର କଳା ଯାଦୁ ଆଧାରିତ ଚଳଚ୍ଚିତ୍ର । ଯାହା ସାରା ବିଶ୍ୱରେ 211.06 କୋଟି ଟଙ୍କା ରୋଜଗାର କରିଛି । ଏହି ଚଳଚ୍ଚିତ୍ରରେ ଲୋକମାନେ ଆର. ମାଧବନଙ୍କ ଅଭିନୟ ବହୁତ ପସନ୍ଦ କରିଥିଲେ ଲୋକେ ।

5. 'ମୁଞ୍ଜ୍ୟା'

ଆଦିତ୍ୟ ସରପୋତଦାରଙ୍କ ନିର୍ଦ୍ଦେଶିତ ଫିଲ୍ମ 'ମୁଞ୍ଜ୍ୟା' ଏକ ଲୋକକଥା ଉପରେ ଆଧାରିତ ଚଳଚ୍ଚିତ୍ର। 'ମୁଞ୍ଜ୍ୟା' ଅର୍ଥ କୋଙ୍କଣ କ୍ଷେତ୍ରରେ ପ୍ରଚଳିତ ପବିତ୍ର ସୂତ୍ର । ଅଭୟ ଭର୍ମା 30 କୋଟି ଟଙ୍କା ବଜେଟରେ ନିର୍ମିତ ହରର-କମେଡି ଫିଲ୍ମ 'ମୁଞ୍ଜ୍ୟା' ସହ ବଲିଉଡରେ ଡେବ୍ୟୁ କରିଥିଲେ। ଏହି ଚଳଚ୍ଚିତ୍ରରେ ଶରଭାରୀ ୱାଗ୍ ମଧ୍ୟ ତାଙ୍କ ସହ ନଜର ଆସିଥିଲେ। 'ମୁଞ୍ଜ୍ୟା' ବକ୍ସ ଅଫିସରେ ହିଟ୍ ହୋଇଥିବା ପ୍ରମାଣିତ ହୋଇଥିଲା। ଏହି ଚଳଚ୍ଚିତ୍ରଟି ବକ୍ସ ଅଫିସରେ ସାରା ବିଶ୍ୱରେ 132.13 କୋଟି ଟଙ୍କା ରୋଜଗାର କରିଥିଲା । ଏହାର CGI ଏବଂ VFX ଦର୍ଶକ ବହୁତ ପସନ୍ଦ କରିଥିଲେ ।

6. 'ଆର୍ଟିକିଲ 370'

ୟାମି ଗୌତମଙ୍କ ଆକ୍ସନ୍ ଥ୍ରୀଲର ଚଳଚ୍ଚିତ୍ର 'ଆର୍ଟିକିଲ 370' ଚଳିତ ବର୍ଷ ଖବରରେ ଥିଲା । ଆଦିତ୍ୟ ଧରଙ୍କ ଦ୍ୱାରା ନିର୍ମିତ ଏହି ଚଳଚ୍ଚିତ୍ର 20 କୋଟି ଟଙ୍କା ବଜେଟରେ ନିର୍ମିତ ଏହି ଚଳଚ୍ଚିତ୍ର 100 କୋଟି ଟଙ୍କାର ଅତିକ୍ରମ କରିବାରେ ସଫଳ ହୋଇଥିଲା। ଏହା ସାରା ବିଶ୍ୱରେ 110.57 କୋଟି ଟଙ୍କା କଲେକ୍ସନ କରିଛି । ଏହି ଫିଲ୍ମଟି ଦ କାଶ୍ମୀର ଫାଇଲ୍ସ ପରି ଜାମ୍ମୁ କାଶ୍ମୀରର ସମସ୍ୟା ଉପରେ ଆଧାରିତ । ଏହି ଚଳଚ୍ଚିତ୍ରରେ ସାଉଥ ଅଭିନେତ୍ରୀ ପ୍ରିୟା ମଣି ମଧ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ନଜର ଆସିଛନ୍ତି । ଏହି ଚଳଚ୍ଚିତ୍ରରେ ଅରୁଣ ଗୋବିଲ, ବୈଭବ ତତ୍ବବାଦୀ, ସ୍କନ୍ଦ ଠାକୁର ଏବଂ ଅଶ୍ବିନୀ କୌଲଙ୍କୁ ମଧ୍ୟ ମୁଖ୍ୟ ଭୂମିକାରେ ଦେଖିବାକୁ ମିଳିଛି । ଅନ୍ୟପଟେ ଶିକ୍ଷଣୀୟ ରାଷ୍ଟ୍ରବାଦୀ ସିନେମା ଲୋକକୁ ଆକର୍ଷିତ କରିଥିଲା ।

7. 'ମଞ୍ଜୁମେଲ ବଏସ'

ଚିଦାମ୍ବରମ୍ ଏସ. ପୋଡୁଭଲଙ୍କ ନିର୍ଦ୍ଦେଶିତ 'ମଞ୍ଜୁମେଲ ବଏସ' ଏକ ମାଲାୟାଲମ୍ ଚଳଚ୍ଚିତ୍ର। ଏହା ଏକ ସରଭ୍ରାଇକଲ ଥ୍ରୀଲର ଡ୍ରାମା । ଏହା ଏକ ସତ୍ୟ କାହାଣୀ ଉପରେ ଆଧାରିତ ଯାହା 2006 ରେ ତାମିଲନାଡୁର କୋଡାଇକାନାଲରେ ଘଟିଥିଲା । 20 କୋଟି ଟଙ୍କା ବଜେଟରେ ନିର୍ମିତ 'ମଞ୍ଜୁମେଲ ବଏସ' 242 କୋଟିରୁ ଅଧିକ ଟଙ୍କା ବିଶ୍ୱ ବ୍ୟାପୀ ବ୍ୟବସାୟ କରିଥିଲା ​​ଏବଂ ସର୍ବକାଳୀନ ସର୍ବାଧିକ ଆୟ କରିଥିବା ମାଲାୟାଲମ ଚଳଚ୍ଚିତ୍ରରେ ପରିଣତ ହୋଇଥିଲା। 'ମଞ୍ଜୁମେଲ ବଏସ'ରେ ସୋବିନ୍ ଶାହିର, ବାଲୁ ଭାର୍ଗସେ ଏବଂ ଶ୍ରୀନଥ ଭସି ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ନଜର ଆସିଛନ୍ତି।

8. 'ଆଭେଶମ୍'

'ଆଭେଶମ୍' ହେଉଛି ଏକ ମାଲାୟାଲମ୍ ଚଳଚ୍ଚିତ୍ର, ଯାହା ବକ୍ସ ଅଫିସରେ ସଫଳ ହୋଇଥିଲା । 30 କୋଟି ଟଙ୍କାରେ ନିର୍ମିତ ଜିତୁ ମାଧବନଙ୍କ ନିର୍ଦ୍ଦେଶିତ ଆକ୍ସନ୍ କମେଡି ଚଳଚ୍ଚିତ୍ର ଭାରତରେ 25.10 କୋଟି ଟଙ୍କା ରୋଜଗାର କରିଛି। ଏଥି ସହିତ, ଏହା ସାରା ବିଶ୍ୱରେ 155.95 କୋଟି ଟଙ୍କା ସଂଗ୍ରହ କରିଥିଲା । ଏହି ଚଳଚ୍ଚିତ୍ରରେ ଫାହାଦ୍ ଫସିଲ୍ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅଛନ୍ତି । ଏହି ଚଳଚ୍ଚିତ୍ରଟି ବାଙ୍ଗାଲୋରର ବିଦ୍ୟାଳୟରେ ଗାଳିଗୁଲଜ ତଥା ଅପରାଧର ପ୍ରକୃତ ଘଟଣା ଉପରେ ଆଧାରିତ ।

ଏହା ମଧ୍ୟ ପଢନ୍ତୁ: ପାଣି ପରି ଲାଗିଥିଲା ଟଙ୍କା, ବକ୍ସ ଅଫିସରେ ଚାଲିଲାନି ଯାଦୁ

9. 'ମହାରାଜା'

ସାଉଥ ତାରକା ବିଜୟ ସେଥୁପଥିଙ୍କ ଆକ୍ସନ୍ ଥ୍ରୀଲର ଚଳଚ୍ଚିତ୍ର 'ମହାରାଜା' ଦର୍ଶକଙ୍କୁ ବହୁତ ପସନ୍ଦ ଆସିଥିଲା। 20 କୋଟି ଟଙ୍କାରେ ନିର୍ମିତ ନିତିଲାନ ସାମିନାଥନଙ୍କ ନିର୍ଦ୍ଦେଶିତ ଏହି ଚଳଚ୍ଚିତ୍ରଟି ଆଜୀବନ ସଂଗ୍ରହ କରି 186.85 କୋଟି ଟଙ୍କା କରିଛି। ଚଳିତ ବର୍ଷ ଜୁନରେ ମୁକ୍ତିଲାଭ କରିଥିବା ଏହି ଚଳଚ୍ଚିତ୍ରରେ ବିଜୟ ସେଥୁପଥି ଜଣେ ବାରବାଟୀ ଭୂମିକାରେ ଅଭିନୟ କରିଛନ୍ତି, ଯିଏ ତାଙ୍କ ନିଖୋଜ ଡଷ୍ଟବିନ ବିଷୟରେ ପୋଲିସ ନିକଟରେ ଅଭିଯୋଗ କରିଛନ୍ତି। ଏହି ଚଳଚ୍ଚିତ୍ରରେ ଅନୁରାଗ କଶ୍ୟପ, ମମତା ମୋହନଦାସ, ଦିବ୍ୟା ଭାରତୀ, ସଚ୍ଚନା ନାମିଦାସ, ଅଭିରାମି ଏବଂ ସିଙ୍ଗାମ୍ପୁଲି ମଧ୍ୟ ଅଭିନୟ କରିଛନ୍ତି।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.